STORYMIRROR

Prasanta Kumar pradhan

Fantasy

4  

Prasanta Kumar pradhan

Fantasy

ହୋଲି

ହୋଲି

1 min
424

ଗଲାପରେ ଶୀତ ଆସଇ ବସନ୍ତ

          ଶେଷ ହୁଏ ମାଘମାସ

ଆସଇ ଫଗୁଣ ଲାଗଇ ନୂତନ 

           ନାହିଁ ଉଷ୍ମ ଅବା ଶୀତ l....(୧)


ସକାଳର ରବି କିରଣ ବିଛାନ୍ତି

          ଲାଗେ ହୀରା ମୋତି ସମ

ପ୍ରକୃତି ରାଣୀର ନବ ବଧୁବେଶ

          ଯଉବନ ଭରା ମନ l....(୨)


ସଭିଏଁ ଜାଣନ୍ତି ଫଗୁଣ ଆଣଇ

           ରଙ୍ଗ ଭରା ଫଗୁ ଖେଳ

ବାଳ ଅବା ବୃଦ୍ଧ ତରୁଣୀ ହରିଣୀ 

         ଫଗୁଖେଳ ପାଇଁ ମେଳ l....(୩)


ଦୋଳ ପର ଦିନ ରଙ୍ଗ ଫଗୁ ଖେଳ

           ହୋଲି ପର୍ବ ନାମେ ଜଣା

ଭିନ୍ନ ଭିନ୍ନ ରଙ୍ଗେ ମାନସ ପ୍ରଭାବେ

         ଭରେ କେତେ ଗୁଞ୍ଜରଣ l....(୪)


ପ୍ରେମର ମୂରତି ପ୍ରଭୁ ରାଧାକୃଷ୍ଣ 

            ନିତ୍ୟ ସତ୍ୟ ତାଙ୍କ ପ୍ରେମ

ପ୍ରେମ ପରିଭାଷା ସ୍ଵୟଂ ରାଧା ରାଣୀ

         କୃଷ୍ଣ ପ୍ରେମେ ତାଙ୍କ ମନ l...(୫)


ହୋଲି ଖେଳ ଖେଳା ତାଙ୍କ ପ୍ରେମ ଲୀଳା

           ଖେଳନ୍ତି ଫଗୁର ରଙ୍ଗେ

ପ୍ରେମର ବାରତା ଦେଇ ଚାଲିଛନ୍ତି

        ଯୁଗେ ଯୁଗେ ସାତ ରଙ୍ଗେ l....(୬)


ରଙ୍ଗ ପିଚକାରୀ କୃଷ୍ଣ ହାତେ ଧରି

            ମାରନ୍ତି ରାଧାଙ୍କୁ ଯାଇ

କୃଷ୍ଣ ମନ ବୁଝି ତାଙ୍କ ପ୍ରେମେ ମଜି 

         ରଙ୍ଗ ବୋଳି ଦ୍ୟନ୍ତି ରାଇ l....(୭)


ଦିଅନ୍ତି ଯେ ବାଣ୍ଟି ଯୁଗଳ ମୂରତି

             ପ୍ରେମ ଭରା ଏହି କଥା

ତାଙ୍କ ଲୀଳା ଶୁଣି ଭାଙ୍ଗେ ଗର୍ବ ଦମ୍ଭ

         ପ୍ରେମ ଆଗେ ନୁଏ ମଥା l....(୮)


ଆଜିର ଯୁଗରେ ସତ୍ଵ ଭରା ପ୍ରେମ 

              ଦେଖିବାକୁ ମିଳେ ନାହିଁ

ସତ୍ଵ ଭରା ପ୍ରେମ ବାନ୍ଧିଲେ ଜଗତୁ

         ଋଷା ହିଂସା ଯିବ ଧୋଇ l....(୯)


ଭିନ୍ନ ଭିନ୍ନ ରଙ୍ଗ କହେ ଭିନ୍ନ କଥା

              ରଙ୍ଗ ଗୁଣେ ମଧୁରତା

ଆତ୍ମ ଲଭେ ଶାନ୍ତି ଦେଖି ରଙ୍ଗ କାନ୍ତୀ

        ଆଖିରେ ନ ପଡ଼େ ପତା l...(୧୦)


ବରଷକେ ଥରେ ଆସେ ହୋଲି ଖେଳ

          ପ୍ରେମ ମିତ୍ରତାର ରଙ୍ଗ ବହି

ଭିନ୍ନ ଭିନ୍ନତା କୁ ପ୍ରେମେ ବାନ୍ଧି ଛନ୍ଦି

          ଏକତା ରଖିବା ପାଇଁ l....(୧୧)


ଭିନ୍ନ ଭିନ୍ନତା ରେ ରହିଲେ ଏକତା 

              ଦୃଢ଼ ରହେ ବିବିଧତା

ଦୁଃଖ ସୁଖ ସମ ଲଭିବେ ସଭିଏଁ

          ରହିବନି ନୀରସତା l....(୧୩)


ହେ ରାଧା ମୋହନ ଦିଅ ସତ୍ଵ ଜ୍ଞାନ

          ଆଜିର ମନୁଷ୍ୟ ଚିତ୍ତେ 

ତୁମରି ଆଶିଷେ ପ୍ରେମ ପ୍ରୀତି ଧ୍ଵନି

          ବହୁ ସଦା ଏ ଜଗତେ ।.....(୧୪)

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Prasanta Kumar pradhan

Similar oriya poem from Fantasy