STORYMIRROR

Pratyush Das

Romance Fantasy Others

3  

Pratyush Das

Romance Fantasy Others

ଅଜଣା ପ୍ରେମ

ଅଜଣା ପ୍ରେମ

1 min
290

ଅଜଣା ପ୍ରେମ

ଏକ ଯୁଗଲବନ୍ଦୀ ପ୍ରେମ କବିତା

ରଚନା:


ପ୍ରତ୍ୟୁଷ


ହେ ପ୍ରିୟା !

କେଉଁ ଅଜଣା ରାଇଜେ

ଅଛ ତୁମେ ମୋଠୁ ଦୂରେ

ଦେଖିନି କେବେ ତୁମକୁ

କିନ୍ତୁ ସାରା ରାତି ମନେ

ଆଙ୍କି ଦିଏ ତୁମ ଛବି

ମୋ ହୃଦୟ ଅଗଣାରେ

ଅପେକ୍ଷାରେ ଆଜି ବି ଅଛି

କେବେ ଆସିବ ତୁମେ

ମୋ ଶୁଖିଲା ଜୀବନେ

ଖୁସିର ଲହରୀ ନେଇ

ଜାଣିଛି ମୁଁ ଦିନେ

ଆସିବ ତୁମେ ଖୁସିର

ଇନ୍ଦ୍ରଧନୁ ନେଇ

ସେଦିନ ଯାଏଁ ମୁଁ

ବସିବି ଅପେକ୍ଷା କରି.......


ପ୍ରିୟତମ !

ତୁମେ କି ଜାଣ

ମୋ ମନ ଯନ୍ତ୍ରଣା 

ନିତି ଅପେକ୍ଷା କରିଛି

ତୁମେ କେବେ ମୋ

ଜୀବନ ଚଲା ପଥେ

ମୋ ହାତ ଧରି ଚାଲିବ

କେବେ କରିନେବ ମୋତେ

ତୁମ ହୃଦୟ ବଗିଚାର ଫୁଲ

ଜାଣିଛି ମୁଁ ନିଶ୍ଚେ ଆସିବ ଦିନେ

ନେଇଯିବ ମୋତେ ତୁମ

ପ୍ରେମ ଦୁନିଆରେ

ରାଣୀଟିଏ କରି

ଢାଳିଦେବ ତୁମ ସମ୍ପୂର୍ଣ୍ଣ ପ୍ରେମ

ମୋ ସ୍ନିଗ୍ଧ ଶ୍ୱେତ ହୃଦୟରେ

ସେଦିନ ଯାଏଁ ବସିବି ମୁଁ

ତୁମକୁ ଅପେକ୍ଷା କରି.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance