STORYMIRROR

Pratyush Das

Inspirational Others Children

3  

Pratyush Das

Inspirational Others Children

ମାଆ

ମାଆ

1 min
213


ସଂକ୍ଷିପ୍ତ ଶବ୍ଦରେ ଅଟେ ଅତୁଟ

ଛାତି ଚିରି ଯିଏ ଢାଳେ ଅମୃତ

ସ୍ବାର୍ଥ ଆହୁତି ରେ ହୋଇଛି ସ୍ବାହା

ସେଇତ ମୋରି ମାଆ।


ଉଠାଣି ଗଡାଣି ଜୀବନ ନଈ

ପଛକୁ ନ ଚାହିଁ ଯାଇଛି ଧାଇଁ

ମୁଁ ପାଇଛି ଯାହାର ଅମୃତ ଛୁଆଁ

ସେଇତ ମୋରି ମାଆ।


ଜୀବନର ମନ୍ତ୍ର ଶିଖାଇ ମୋତେ

ଦୁନିଆ ଆଲୋକ ଦେଖାଇ ସତେ

ଦେଇ ସ୍ବସ୍ତି ସୁଧା ଲାବଣ୍ୟ ରାହା

ସେଇତ ମୋରି ମାଆ।


ଆକାଶଠୁ ବଡ଼ ପଣତ ତାର

ସ୍ନେହ ବନ୍ଧନରେ ନିବିଡ଼ ଧାର

ଜନ୍ମରୁ ଜୀବନୀ ହୋଇଛି ସାହା

ସେଇତ ମୋରି ମାଆ।


ନାହିଁ ବିକଳ୍ପ ଯେ ତାହାର କେବେ

ପ୍ରତି ନିଃଶ୍ବାସ ରେ ତା କଥା ଭାବେ

ଭୁଲି ହୁଏନାହିଁ ତା ଲୋରୀ ଲାହା

ସେଇତ ମୋରି ମାଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational