ମାଆ
ମାଆ
ସଂକ୍ଷିପ୍ତ ଶବ୍ଦରେ ଅଟେ ଅତୁଟ
ଛାତି ଚିରି ଯିଏ ଢାଳେ ଅମୃତ
ସ୍ବାର୍ଥ ଆହୁତି ରେ ହୋଇଛି ସ୍ବାହା
ସେଇତ ମୋରି ମାଆ।
ଉଠାଣି ଗଡାଣି ଜୀବନ ନଈ
ପଛକୁ ନ ଚାହିଁ ଯାଇଛି ଧାଇଁ
ମୁଁ ପାଇଛି ଯାହାର ଅମୃତ ଛୁଆଁ
ସେଇତ ମୋରି ମାଆ।
ଜୀବନର ମନ୍ତ୍ର ଶିଖାଇ ମୋତେ
ଦୁନିଆ ଆଲୋକ ଦେଖାଇ ସତେ
ଦେଇ ସ୍ବସ୍ତି ସୁଧା ଲାବଣ୍ୟ ରାହା
ସେଇତ ମୋରି ମାଆ।
ଆକାଶଠୁ ବଡ଼ ପଣତ ତାର
ସ୍ନେହ ବନ୍ଧନରେ ନିବିଡ଼ ଧାର
ଜନ୍ମରୁ ଜୀବନୀ ହୋଇଛି ସାହା
ସେଇତ ମୋରି ମାଆ।
ନାହିଁ ବିକଳ୍ପ ଯେ ତାହାର କେବେ
ପ୍ରତି ନିଃଶ୍ବାସ ରେ ତା କଥା ଭାବେ
ଭୁଲି ହୁଏନାହିଁ ତା ଲୋରୀ ଲାହା
ସେଇତ ମୋରି ମାଆ।