ଗ୍ରୀଷ୍ମ ଋତୁ
ଗ୍ରୀଷ୍ମ ଋତୁ
ଋତୁ ଚକ୍ର ଘୁରେ ବର୍ଷା ଶୀତ ଖରା
ଗୋଟି ଗୋଟି ପରୁ ପର
କିନ୍ତୁ ବିପରୀତ ଗୋଟେ ଋତୁ ଏଠି
ବିରାଜୁଛି ବାରମ୍ବାର ।
ବାହାର ଦୁନିଆ ଭୟ ଲାଗେ ଭାରି
ଚାରିକାନ୍ଥ ଭଲ ଲାଗେ
ଦେହ ମନ ସବୁ ଜଳି ପୋଡିଯାଏ
ଅନ୍ଧକାର ଚଉଦିଗେ ।
ବସନ୍ତ ଭୁଲିଛି ମୋ ଘର ଠିକଣା
ଶ୍ରାବଣ ଗଡାଏ ଲୁହ
ସୂର୍ଯ୍ୟ ଙ୍କ ଉତ୍ତାପ ମନେ ପଡିଗଲେ
କଳା ପଡ଼ିଯାଏ ମୁହଁ ।
ତା ସାଥିରେ ଦାଉ ସାଧେ ମହାମାରୀ
ସମ୍ପର୍କ ଲାଗଇ ପିତା
ଅଂଶୁଘାତ ଭୟ ଲାଗଇ ପ୍ରବଳ
ବଢେ ମନ ନୀରବତା ।
କାହିଁ ଏତେ କୋପ କର ସଂଧ୍ୟାପତି
ଜଗତ କି ଦୋଷ କଲା?
ସତେକି ବିଶ୍ୱର ହୋଇଯିବ ଅନ୍ତ
ଆସିବନି ଶୁଭ ବେଳା ?
