STORYMIRROR

Akshayakumar Dash

Action Fantasy Inspirational

3  

Akshayakumar Dash

Action Fantasy Inspirational

ଧର୍ଯ୍ୟ

ଧର୍ଯ୍ୟ

1 min
246

ବାତ୍ୟା ରେ ଭାଙ୍ଗିଯାଇଛି ଘର

ଉଜୁଡି ଯାଇଛି ଶସ୍ୟକ୍ଷେତ

ଉକୁଟି ଉଠୁଛି ପଚାଷଢା ଗଂଧ

ହାରିଯାଇନି ମଣିଷ

ଜୀବନ ତ ଲଢେଇ କରି ବଂଚିବା

ସଜାଡି ଦେଉଛି ଉଜୁଡ଼ା ସଂସାର

ମାଟି ଛାଟୁଛି କାନ୍ଥକୁ

ଚାଷ କରୁଛି ଫସଲ ଆସାରଖି

ସମୟ ହେଲେ ଫଳ ଆସିବ ଗଛରେ

ହେବ ଶସ୍ୟଶ୍ୟାମଳ ଧରିତ୍ରୀ

ଦୁଃଖ ପରେ ସୁଖ

ଜୀବନ ସାଥିରେ ଖେଳ ଚାଲିଛି 

ଜିତିବା ହାରିବା ଭିତରେ

ଧର୍ଯ୍ୟ ସାହସ ର ପରୀକ୍ଷା ଦେବାକୁ ପଡେ

ଜଣେ ବ୍ୟକ୍ତି କିମ୍ବା ସମଷ୍ଟି

କିଏବି ଛାଡ଼ ପାଇନାହିଁ

ଦେହ ନେଇ ଆସିଛ ଯଦି 

ବଞ୍ଚିବାକୁ ଲଢେଇ କର

ଯେମିତି ପାଣ୍ଡବ ମାନେ କୁରୁକ୍ଷେତ୍ର

ରୋଗ, ଶୋକ, ଭୋଗପରେ

ଶରୀର ମନ ଦୃବଳ ଭୟ ପରେ

ମୃତ୍ୟୁ କୁ ନିକଟରେ ଦେଖିଲା ପରେ

ଆକାଶରୁ ଝଡ଼ ଥମି ଆସେ

ପୁଣି ରାତି ପରେ ଦିନ ଆସେ

ଖେଳେଇ ହୋଇଯାଏ ଆଲୋକ

ସବୁଦିନ ପରି ସୁଯ୍ୟ ଦେବତା ଆସନ୍ତି

ଯେତେବେଳେ ନିଜାଇଛା ଅନୁସାରେ

ସମୟ ଚାଲେ ନାହିଁ

ଭାବିବାକୁ ହେବ

ତାଙ୍କ ଇଚ୍ଛାର କାର୍ଯ୍ୟ ଚାଲିଛି

ସମୟ ହେଲେ ଗଛରେ ଫୁଲଫଳ ଆସିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action