STORYMIRROR

Akshayakumar Dash

Action Fantasy Inspirational

3  

Akshayakumar Dash

Action Fantasy Inspirational

ନଜର

ନଜର

1 min
215

ଗୋଟିଏ ପ୍ରଥିବୀ

କୋଟି କୋଟି ଜୀବଜନ୍ତୁ

କିଏ କାହାପାଇଁ କାହିଁକି

ଜୀବନ ପାଇ ଆସନ୍ତି

ବେଳେ ବେଳେ ମୁଣ୍ଡକୁ ଢୁକେ,

କୃତିବାସ ଜାଣିଛି ବୋଲି

ଦିନେ ରାତି ପାହାନ୍ତାରେ

ଘରଦ୍ୱାର ଛାଡି ଚାଲିଗଲା ବଣକୁ

ସେଠାରେ କାଟିଲା ବାକିତକ

ଗଛ ଫଳ ଖାଏ ତ ଝରଣା ଜଳ ପିଏ

ପଥର ଉପରେ ସୋଇପଡ଼େ

ବାଘ ଭାଲୁ ଆସିଲେ ଗଛ ଚଢ଼େ

କିଛି ଉପାୟ ନପାଇଲେ ପଥର ହୋଇଯାଏ

ଜୀବନ ମରଣ ସମାନ କରି

ଦିନତମାନ ବସିଥାଏ ପଦ୍ମ ଆସନ ରେ ।

ଏବେ ସବୁ ଜଙ୍ଗଲର ପଶୁମାନେ

ତାର ବଂଧୁ ପରିଜନ

ପକ୍ଷୀ ମାନେ ତାକୁ ଗୀତ ଶୁଣାନ୍ତି

ହାତୀ ଆସି ତାର ଭଲମନ୍ଦ ବୁଝି

ଶୁଣ୍ଢ ଟେକି ତୁରୀ ବାଯାଏ

ତା ପାଖେ ପାଖେ ନେଉଳଟି ବୁଲି

କେତେବେଳେ କୃତିବାସର ମୁଣ୍ଡରେ ବସେ

ଏମାନେ ସବୁ କହିଲେଣି

ତୁମେ ଆମ ଲୋକ

କୃତିବାସ ମୟୂର ସାଙ୍ଗରେ ତାଳ ଦେଇ ନାଚେ

ଗୁଣ୍ଡୁଚି ସହିତ ଲୁଚକାଳି ଖେଳେ

ଜଙ୍ଗଲ ସାରା ଘୁରିଘୁରି ତାର ପରିବାର କଂ

ଭଲମନ୍ଦ ବୁଝି ଫେରିଆସେ ତାର ଗୁମ୍ଫାକୁ

ଯେଉଁଠି ଉପାସନା କରେ

ଜଙ୍ଗଲର ପଶୁପକ୍ଷୀ ବୃକ୍ଷଲତା 

ମାତା ଧରିତ୍ରୀ ,ସୁଯ୍ୟ,ଚନ୍ଦ୍ର, ଜଳ ,ଆକାଶ

ଗୋଟିଏ ପରିବାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action