STORYMIRROR

Bibhu Samanta

Fantasy Inspirational Children

3  

Bibhu Samanta

Fantasy Inspirational Children

ବୋଉ ଆଉ କାଞ୍ଚନଫୁଲ

ବୋଉ ଆଉ କାଞ୍ଚନଫୁଲ

1 min
272


ତୁ ପରିବା କଟିଲା ବେଳେ

ମୁଁ ପଚାରେ କେତେ କଥା

ରାଜା ପୁଅ ଆଉ କଞ୍ଚାନ ଫୁଲର କଥା ।

କଥା ଛଳରେ କେତେବେଳେ

ହାତ କଟିଯାଏ...ତୁ କହୁନା

ପିନ୍ଧା କାନିରେ ରକ୍ତ ଦେଖି

ମୁଁ ଜାଣିପାରେ

ବାପା କୁହନ୍ତି ସେଦିନ କୁଆଡେ

ତରକାରୀ ସୁଆଦିଆ ହୋଇଥିଲା

ହେଲେ ମୋ ଭିତରଟା

ଝରି ଯାଉଥିଲା

ତତଲା ମହମ ସବୁ

ମୁଁ ପାରୁନି


ଆଜି ବି ପାରୁନି

ବେଳ ଅବେଳ ରେ 

ତୋ ଗୋଡ଼ ନ ଘଷିଲେ

ମୋତେ ନିଦ ହୁଏନି ।



ତୋ କାନିରୁ ଫିଟେଇ 

କେତେ ଥର ଦେଇଛୁ 

ମିଠେଇ ଖାଇବାକୁ

ତୁ ସେମିତି ରହିଯାଉ

ଚା ବଦଳେ ଗରମ ପାଣି ପିଇ

ତୋ ପଣତ କାନିର

ଟିକି ଫୁଲ ସବୁ

ଝରିପଡ଼େ ମୋ ପଲକ ରୁ ।


ଆଜି ବି ସେ ପଣତ କାନିରେ 

ମୁହଁ ନ ପୋଛିଲେ

ମୋ ପେଟ ପୁରେନି ।








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy