Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Tragedy

3  

Kishore Nayak

Tragedy

ଜୀବନର ପରିବ୍ୟାପ୍ତି

ଜୀବନର ପରିବ୍ୟାପ୍ତି

1 min
226


ଏ ଜୀବନ 

କେବେ ମୃତ୍ୟୁର ଯବନିକା 

ତ ପୁଣି କେବେ 

ଆରମ୍ଭର ପ୍ରଥମ ସୋପାନ l

କେବେ ଆଲୋକର ପ୍ରଥମ ପର୍ବ 

ତ ପୁଣି କେବେ 

ଅନ୍ଧକାରର ଅନ୍ତିମ ପର୍ଯ୍ୟାୟ l

କେବେ ଭୂମିଷ୍ଠରୁ ଶୈଶବର ଆରୋହଣ 

ତ ପୁଣି କେବେ 

ବାର୍ଦ୍ଧକ୍ୟର ଅନ୍ତିମ ପର୍ବରୁ ଚିର ବିଦାୟ l

କେବେ କୈଶୋରର ଏକ ରୂପାନ୍ତରିତ ଅବଚେତନ 

ତ କେବେ 

ଯୌବନର ଏକ ବିକଶିତ ବିବର୍ତ୍ତନ l

ଏ ଜୀବନ 

କେବେ ଆଶା ଆଉ ଭରସାର 

ଅପେକ୍ଷାରତ ପଥିକଟିଏ 

ତ କେବେ 

ଏକାକି ବୋଧର ଅସହାୟତାରେ 

ନିଃସଂଗ ଆଉ ନିର୍ବିକାର l

ଏ ଜୀବନ 

କେବେ ଯାତନାର ଜ୍ୱାଳାରେ ଜର୍ଜରିତ 

ତ ପୁଣି କେବେ 

ଖୁସି ଆଉ ଆନନ୍ଦରେ ଅଭିନନ୍ଦିତ l

କେବେ ସଫଳତାର ଆତ୍ମତୃପ୍ତିରେ ବିଭୋର 

ତ କେବେ 

ବିଫଳତାର ଆତ୍ମସମିକ୍ଷାରେ ଅନୁତପ୍ତ l

କେବେ ଆତ୍ମଗ୍ଳାନିର ଅନ୍ତଃର୍ଦାହରେ ବାକ୍ ଶୂନ୍ୟ 

ତ ପୁଣି କେବେ 

ଆତ୍ମବଡିମାର ବୃଥା ଅହଂକାରରେ ଦିଗହରା l

କେବେ କ୍ଷୁଧାର ଅନ୍ତର୍ଜ୍ୱଳନରେ ଜର୍ଜରିତ 

ତ କେବେ 

ଅନ୍ନର ପ୍ରାଚୁର୍ଯ୍ୟରେ ସ୍ୱୟଂ ପରିପୂର୍ଣ୍ଣ l

ଆଉ ଏଇତ ଜୀବନର ପରିବ୍ୟାପ୍ତି 

କେବେ ସାମର୍ଥ୍ୟର ପରାକ୍ରମରେ 

ସଫଳତାର ପ୍ରାପ୍ତି 

ତ କେବେ 

ଅପାରଗତାର ଅସମର୍ଥତା ଭିତରେ 

ବିଫଳତାର ଆତ୍ମ ଯନ୍ତ୍ରଣାକୁ ସହ୍ୟକରି

ଜୀବନ ଜୀବିକାର ତୁମୁଳ ସଂଗ୍ରାମରେ 

ଯୁଝି ଯୁଝି 

କର୍ମ ଆଉ ଭାଗ୍ୟର ଦୋଛକିରେ 

ସବୁଦିନ ପାଇଁ ହୋଇଯାଏ ଇତି l


Rate this content
Log in

Similar oriya poem from Tragedy