STORYMIRROR

Pranati Jena

Inspirational

3  

Pranati Jena

Inspirational

ଜୀବନର ଦୁଃଖ

ଜୀବନର ଦୁଃଖ

2 mins
248


ଜୀବନ ଯନ୍ତ୍ରଣାର ସୀମା ସରହଦ ଡେଇଁଲା ପରେ 

କେତେ ବନ୍ଧୁର ପଥ ହେ ନିୟତି ତୁମ ତାଡନାରେ ll

କୋମଳ ପରାଣର ଦୁଃଖ ହୃଦୟର ଅବଶୋଶ

କାହିଁ ପାଇଁ ଏ ଯାତନା, କଷଣ ପ୍ରଭୁ ନିର୍ମମର ଭାଷ ll


ମଣିଷ ତ ସମାନ କରିଛ ରକ୍ତ, ମାଂସ, ଚର୍ମ ଢାଙ୍କୁଣୀର

ଦୁର୍ବିସହ କରି କାହିଁ,,କି ଲାଭ ବା ନିରୀହ ହୃଦୟର

କୋମଳମତି ସ୍ତ୍ରୀ, ପିଲା ଛୁଆ ସୁଖ ସଂସାରର

ପାହାଡ଼ ପରି ଦୁଃଖ ଅଭାବୀକୁ ଲାଭ କି କନ୍ଦାଇବାର ll


ଭାବନା କି ନାହିଁ ପ୍ରଭୁ ଏ ବିଚାର ତୁମ ଦରବାରରେ

ଲୁଚାଇ ପଣତେ ଲୁହ ଅଭାଗିନୀ ନାରୀ ହୃଦୟରେ ll

କି ଦୋଷେ ଦଣ୍ଡୁଛ ପ୍ରଭୁ ଭାଗ୍ୟ ପରା ତୁମେ ଭଗବାନ

ସାହାଯ୍ୟର ହାତ ଆଜି ଅପହଞ୍ଚ ତୁମେ ବଳବାନ ll


କିଏ ବା ଅଛି ଏଠି ବଳିୟାର ତୁମେ ତ ଦୟାବନ୍ତ

ଧର୍ମକୁ ଧରଣୀ ପ୍ରଭୁ ନାହିଁ କେହି ଆନ ବଳବନ୍ତ ll

ଦୁଃଖୀ ଦୁଃଖ ହାରି ହରି ଛାର ଏ ମନୁଷ୍ୟ ମାତ୍ର

ସହି ପାରେ ନାହିଁ କା କଷଣ ଗଢ଼ା ପରା ତୁମ ହାତ ll


ହୃଦୟ ତ ଭାଙ୍ଗିଯାଏ ଆନ ପରାଣର ଦେଖି ଦୁଃଖ

ସମ୍ବଳ ତ ନାହିଁ ମୋ ଇଚ୍ଛାର ସେତିକ ବି ଅଭାବ ll

ସମୁଦ୍ର ପରି ଦୁଃଖରେ ଛାର ଜଳ ବିନ୍ଦୁ ମୁଁ ନିମିତ୍ତ

ମୋ ହୃଦୟ ଦୁଃଖ ଏକା ଜାଣ ତୁମେ ପୁରାଣ ପୁରୁଷ ll


ଗଢିବାର ଥିଲା ଯଦି ଗଢିଥାନ୍ତ ଆନ ହୃଦ ପରି

ନିର୍ମମ, ନିଷ୍ଠୁର ଚେତନା ମନେ ଦେଇଥାନ୍ତ ଭରି ll

ସବୁ ତ ତୁମର ଇଚ୍ଛା ସୃଷ୍ଟି, ସ୍ରଷ୍ଟା ତୁମେ ନରହରି

କି ଲାଭ ପାଉଛ ତୁମେ ଏ ଯନ୍ତ୍ରଣା ହୃଦେ ଦେଇ କରି ll


ଜୀବନ ଗଣିତ ତୁମେ ସୂତ୍ରଧର ନାଵ ମଙ୍ଗଧାରୀ

ଜଗତ କଷଣ ଭୂଷଣ ଧାରୀ ଫେଡ଼ ଦୂଷଣ ହାରୀ ll

ଆବାହନୀ ସୂତ୍ର ନିଷ୍କାମ ହୃଦ ମଙ୍ଗ ନିଅ ବାରେ ଧରି

ଶକ୍ତିମୟ ତୁମେ ଭୁଲି କି ଯାଉଛ ଭକ୍ତ ହୃଦୟ ବିହାରୀ ll


ଦେବଭୂମି ପରେ ମାନବିକତା ଆଜି ସୁପ୍ତ ହୋଇଛି

ନାହିଁ ଦୟା, କ୍ଷମା, ଅଶାନ୍ତିର ଝଡ଼ ହୃଦେ ବହୁଛି ll

ମୁଁ କାର ଯୁଦ୍ଧରେ ଅହଂ ଭରି ଏଠି ମନୁଷ୍ୟତ୍ୱ ହଜଇ

ଭାବରେ ଅଭାବକୁ କିପରି ସହୁଛ ଅନ୍ତରେ ଗୋସାଇଁ ll 


ସତେକି ଆଶିଷ ପ୍ରଭୁ ଝରାଇବ ଦେଖିବ ଜଗତ

ମାଆ ପଣ ମୋ ସାର୍ଥକ କୃପା କରି କରାଅ ନାଥ ll

ମୋ ବିଶ୍ୱାସେ ନିଃଶ୍ୱାସର ହେ ହୋଇବ ପ୍ରାଣବନ୍ତ

ତଵ କୃପା କରୁଣା କୈବଲ୍ୟ ମୋ ପ୍ରାଣର ଅନନ୍ତ ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational