ଜୀବନର ଦୋଛକିରେ
ଜୀବନର ଦୋଛକିରେ
ଜୀବନର ଦୋ ଛକିରେ
ମଣିଷ ନିଜ ହୃଦୟ ର
ଶ୍ଵେତପଦ୍ମ ଆଲୋଡନର
ଦୋହଲା ପବନରେ
ଆନ୍ଦୋଳିତ ହୁଏ
ସେତିକି ବେଳେ ବିବେକର
ସଞିବନୀ ଜାଗି ଉଠେ
ସଂଘର୍ଷର ପାଦତଳେ
ଉପସ୍ଥାପିତ କରାଏ
ନିଜ ଗାରିମା ର ବାଡବାଗ୍ନିକୁ
ସ୍ନେହ ପବନରୁ ଦୋଲକାଏ
ଆଣି ପ୍ରସମିତ କରି ବସେ
ନିଜକୁ ନିଜେ
ପରଶର ଶୀତଳତାକୁ
ଚନ୍ଦନର ଲେପ ଦିଏ
ଉନ୍ମାଦିତ ପଲକରେ
ସ୍ମୃତି ସାଉଁଟି ଆଣେ
ଜୀବନର ମହତ୍ତ୍ଵ
ଵୁଝିଯାଏ
ପାଦ ଥାପି ଆଗକୁ ବଢେ
ଜଟିଳତା ତାକୁ ନିକ୍ଷେପି
ଆଗକୁ ବଢି ଚାଲେ ।