ଜୀବନର ଚଲା ପଥରେ
ଜୀବନର ଚଲା ପଥରେ
ଜୀବନର ଚଲା ପଥରେ
ଯେବେ ଦେଖାହେଲା ତୁମ ସାଥୀରେ ।
ଆଖି ମିଶିଗଲା ତୁମ ଆଖିରେ
ମନ ମିଶିଗଲା ତୁମ ମନରେ ।
ହୃଦୟରୁ ମନ ମନରୁ ହୃଦୟ
ଭାବନାରେ ହେଲା ଉଦୟ ।
ଅଳପ ଦେଖାରେ ଅଳପ ଛୁଆଁରେ
ମନ କିଣି ନେଲ ତୁମ ପ୍ରୀତିରେ ।
ଭାବନା ସୁଅରେ ଭାସି ବୁଲୁଥାଏ
ମନ ତୁମକୁ ହିଁ ଖୋଜୁଥାଏ ।
ଭାବରେ ଭାବରେ ପ୍ରେମ ଗଢି ଉଠେ
ଲାଗେ ଅଛ ତୁମେ ପାଖେ ପାଖେ ।
ତୁମେ ମୋର ଦିନ ରାତି
ତୁମେ ହିଁ ଜୀବନ ସ୍ମୃତି ।
ସତେ ତୁମେ ଏମିତିକା ସାଥୀ
ସବୁ ରାତି ଲାଗେ ମଧୁ ରାତି ।
ଜୀବନର ଚଲା ପଥରେ
ଯେବେ ଦେଖାହେଲା ତୁମ ସାଥୀରେ ।
ଆଖି ମିଶିଗଲା ତୁମ ଆଖିରେ
ମନ ମିଶିଗଲା ତୁମ ମନରେ ।
ହୋ ହୋ ହୋ ଜୀବନର ଚଲା ପଥରେ
ଲେଖକ : ହରିହର
ତା 04/05/2018

