STORYMIRROR

Tapan Kumar Biswal

Fantasy Inspirational Thriller

4  

Tapan Kumar Biswal

Fantasy Inspirational Thriller

ଜୀବନର ଅଂଶ

ଜୀବନର ଅଂଶ

1 min
354


ଜନ୍ମ ଯୌବନ ଆଉ କିଛି ପୁଞ୍ଜି

କଣ ଭାବୁଛ ଏହାହିଁ ଜୀବନ

ଯଦି ଭାବୁଛ ତେବେ 

ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ll


ଏହା ବାଦ ବି ଆହୁରି ଅନେକ

କିଛି ଅଛି ଯାହା ତୁମ୍ଭର

ଆଖି ସାମ୍ନାରେ ଥାଇ ବି

ତୁମେ ଦେଖି ପାରୁ ନାହଁ କିମ୍ବା

ନଦେଖିବାର ଅଭିନୟ କରୁଛ ll


ତୁମେ ନିଶ୍ଚିତ ଭାବେ ଜଣେ ସ୍ୱାର୍ଥପର

ନଚେତ ସମ୍ପୁର୍ଣ୍ଣ ଭାବେ ମୋହର 

କବଳରେ ଛନ୍ଦି ହୋଇ ପଡିଛ

ଏହା ଛଡା ଅନ୍ୟ କିଛି ନୁହେଁ ll


ଅନ୍ୟ ମାନଙ୍କୁ ଦେଖ

ସମସ୍ତଙ୍କ ସହ ହୃଦୟରୁ ମିଶ

ସୁଖ ଦୁଃଖରେ ସାଥ ଦିଅ

କାରଣ ସେଥିରେ ଭାରି ରହିଛି ଅପୂର୍ବ ଅନନ୍ଦ

ତାକୁ ହିଁ ଉପଭୋଗ କର ll


ସମସ୍ତଙ୍କୁ ସଦବୁଦ୍ଧି ଦିଅ

ଯିଏ ତୁମର ଆଖି ସାମ୍ନାରେ 

ଅବାଟରେ ଯାଉଛି 

ଦେଖିବ ସେ ବଦଳି ଗଲେ ତୁମେ ମଧ୍ୟ

ଅପୂର୍ବ ଆନନ୍ଦର ଅଧିକାରୀ ହେବ

ଏଥିରେ ସନ୍ଦେହ ନାହିଁ ll


ଅନ୍ୟକୁ ନିଜର ସକ୍ଷମ ଅନୁସାରେ

ସାହାଯ୍ୟ କରିବା ପାଇଁ କେବେ 

ପଛାଇବ ନାହିଁ ଯାହାରକି ତୁମର

ସାହାଯ୍ୟ ନିଶ୍ଚିତ ଭାବେ ଲୋଡ଼ା ll


ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା ଓ ସମ୍ମାନ କର

ଦେଖିବ ସେଥିରୁ ତୁମର ଭାଗ 

ତୁମକୁ ଆପେ ଆପେ ମିଳିଯିବ

ସାବଧାନ କେବେ କାହାକୁ 

ଠକିବା ପାଇଁ ଚେଷ୍ଟା କରିବ ନାହିଁ ll


ଜୀବନରେ ଉଚିତ କର୍ମ କରି

ସଠିକ ମାର୍ଗରେ ପରିଚାଳିତ

ହେବାକୁ ହିଁ ହେବ

ଦେଖିବ ଜୀବନ କେତେ

ସରସ ସୁନ୍ଦର ଭାବରେ ପରିପୂର୍ଣ୍ଣ ହେବ

କାରଣ ଏ ସବୁ ହିଁ 

ବସ୍ତବିକ ଏକ ସୁନ୍ଦର ଜୀବନର ଅଂଶ ll



Rate this content
Log in

Similar oriya poem from Fantasy