STORYMIRROR

Abhiram Mandal

Abstract

2  

Abhiram Mandal

Abstract

ଜୀବନଗାଥା

ଜୀବନଗାଥା

1 min
224

ଚାଲିବାର ମାନେ ହେଲା ଜୀବନ,

ଚାଲୁଥିଲେ ଚାଲୁଥିବ

ସରିବନି କେବେ ପଥ

ରାତି ସିନା ପାହିଯିବ

ଅଧା କିନ୍ତୁ ରହିଯିବ

ଦେଖୁଥିବା ସପନ,

ଚାଲିବାର ମାନେ ହେଲା ଜୀବନ


କେବେ କେହି ଜାଣନ୍ତିନି,

ଜୀବନର ପରିସୀମା

କେଉଁଆଡେ ବ୍ୟାପ୍ତ ସିଏ

କେତେ ଅବା ଗୁପ୍ତ ରହେ

ମିଛ ମାୟାର କୁହୁଡି

ସଦା ହୁଏ ଦୃଶ୍ୟମାନ,

ଚାଲିବାର ମାନେ ହେଲା ଜୀବନ


ଜୀବନର ତ୍ରିଚ୍ଛକିରେ,

ଭେଟ ହେବେ କେତେ ସାଥି

କେହି ପାଶେ ରହିଯାଇ

ମୋହ ଡୋରେ ହେବେ ବାନ୍ଧି

ସବୁ କିନ୍ତୁ ସରିଯିବ

ଯେବେ ତୁଟିବ ବନ୍ଧନ,

ଚାଲିବାର ମାନେ ହେଲା ଜୀବନ


ମନେ ଥାଏ କେତେ ଆଶା

ସତେ ଅବା ବୈତରଣୀ

ଗୋଟେ ପରେ ଗୋଟେ ଜୁଟେ

ହୁଏ ନାହିଁ ତାକୁ ଗଣି

କିନ୍ତୁ ସବୁ ପାଇବାକୁ

ଇଛା କରେ ଏଇ ମନ

ଚାଲିବାର ମାନେ ହେଲା ଜୀବନ


ଭଙ୍ଗା ଗଢ଼ା ଦୁନିଆରେ

କିଛି ନୁହେଁ ଆପଣାର

ନିଜର ଲାଗନ୍ତି ଯିଏ

ଦିନେ ନିଶ୍ଚେ ହେବେ ପର

ମାଟିରେ ମିଶିବ ଦିନେ,

 ଅରଜିବା ଯେତେ ଧନ

ଚାଲିବାର ମାନେ ହେଲା ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract