ଜୀବନ
ଜୀବନ
ମୋ ଜୀବନ ଏକ ନିର୍ବାପିତ ଫର୍ଦ
ନିର୍ବାପିତ ହୋଇ ରହିଗଲା
ଯାହା ଲେଖିଥିଲି ହୃଦ କଲମରେ
ଆଖିର ଲୁହରେ ବହିଗଲା
ମୋ ଜୀବନ ଏକ ନିର୍ବାପିତ ଫର୍ଦ
ନିର୍ବାପିତ ହୋଇ ରହିଗଲା ।
ପିଲା ଦିନେ ଯାହା ଖେଳ ଭାବିଥିଲି
ଯଉବନେ ଦୁଃଖ ରଖିଦେଲା
ଯଉବନେ ଯାହା ଗଢି ତୋଳିଥିଲି
ବାର୍ଦ୍ଧକ୍ୟ ବାଧକ ହୋଇଗଲା
ମୋ ଜୀବନ ଏକ ନିର୍ବାପିତ ଫର୍ଦ୍ଦ
ନିର୍ବାପିତ ହୋଇ ରହିଗଲା ।
ବର୍ଷ ବର୍ଷ ଧରି ଯାହା ରଖିଥିଲି
ଏ ଜୀବନ ଯାହା ଗଢିଥିଲା
ନିମିଷକ ମଧ୍ୟେ ଭାଙ୍ଗି ଗଲା ସବୁ
ଅକାରଣେ ଯାହା ସରିଗଲା
ମୋ ଜୀବନ ଏକ ନିର୍ବାପିତ ଫର୍ଦ୍ଦ
ନିର୍ବାପିତ ହୋଇ ରହିଗଲା ।
ସୁଖ ଶିରୀ ମାନ ସହି ନପାରିଲା
ଜୀବନେ ଭରିଲା ଅମାନୁଷା
ବିଶ୍ଵାସେ ବିଶ୍ଵାସ କଲା ଅଟ୍ଟହାସ୍ୟ
ପୁରିଗଲା ମୋର ଜିଜୀବିଷା ।
ନିର୍ବାପିତ ଫର୍ଦ ପୁଣି କି ଲେଖିବି
ଲେଖା ହେବ ମୋର ଲୁହ ଭିଜା
ହୃଦ କଲମରୁ ରକତ ସ୍ୟାହିରେ
ଲେଖିଲେ ଯିବ କି ମନଘେଞ୍ଚା ।
ଏ ଜୀବନ ଏକ ରଙ୍ଗମଞ୍ଚ ପରି
ଅସଫଳ ମୋତେ ଦେଇଗଲା
କାହାକୁ କହିବି ମୋର ଦୁଃଖ ଆଉ
ଅଭିନୟ ମୋର ସରିଗଲା
ମୋ ଜୀବନ ଏକ ନିର୍ବାପିତ ଫର୍ଦ୍ଦ
ନିର୍ବାପିତ ହୋଇ ରହିଗଲା ।
ପ୍ରଶାନ୍ତ କୁମାର ହୋତା