STORYMIRROR

Nrusingha Rout

Inspirational

3  

Nrusingha Rout

Inspirational

ଜୀବନ

ଜୀବନ

1 min
193


ଏମିତି ଏକ ମୂହୁର୍ତ୍ତରେ 

ହୋଇଥିଲା ମୋର ଅୟମାରମ୍ଭ 

ସମସ୍ତେ ହସୁଥିଲେ ହେଲେ 

କାନ୍ଦ କାନ୍ଦ ରେ ବିତୁଥିଲା 

ମୋର ତମାମ ସମୟ ।।


ଏନ୍ତୁଡିରୁ ଷଠିଘର ପୁଣି ଏରୁଣ୍ଡିରୁ

ଗଢା ହୋଇଥିଲା ଭୂତରୁ ଭବିଷ୍ୟ

ଯିଇବାର 'ଯୁ'ରେ ଢେଉଭଙ୍ଗୀ 

ସୋପ୍ନ ସବୁ ଲଙ୍ଗୁଥିଲା ଉତ୍ତାଳ ତରଙ୍ଗ,

ପ୍ରଲମ୍ବିତ ପଶରା ମେଲି

ଆଶାରେ ଲମ୍ବୁଥିଲା ଦୀର୍ଘାୟୁ 

ଦିନପରେ ତହିଁ ଆରଦିନ

ଯେତେସବୁ ସକାଳର

 କଅଁଳ କିରଣ ।।


ଶୈଶବରୁ ଯୌବନର ଉଦାମତ୍ତା

ଯାହା ଖାଲି ବୁଝିଥିଲି ଏମିତି

ନିରବତା ବାସ୍ତବ ଓ ଅବାସ୍ତବ

ଅନୁଛେଦ ଅନେକ ମାୟା ମରିଚିକା ର 

ଖାସ୍ ସମାହାର ଆକାଂକ୍ଷିତ 

ବଂଶୀର ବିଳାପ ମୋହର ମୋକ୍ଷରେ

ପାଇବାକୁ ଆୟୁଧ ପ୍ରୟାସ।।


ପ୍ରତି ପ୍ରାଣୟର ପ୍ରତିଛବି 

ଫୁଙ୍ଗୁଳା ଆକାଶ ଜହ୍ନର ଲୁଚକାଳି 

ଖେଳ ସମୟର ଅଙ୍କକଷି ଆଗେଇ

ଯାଇଛି ବୟସର କ୍ଳାନ୍ତ ଅପରାହ୍ନ

ବାରମ୍ବାର ପଶ୍ନବାଚୀ ଭବିଷ୍ଯତ 

ଜରାଜୀର୍ଣ୍ଣ ଅବଶ ଶରୀର 

ଯାହାଖାଲି ଗଡୁଥିଲା ସଂଞ ଆଉ

ବାକିଥିଲା ରାତ୍ରିର ପ୍ରହର ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational