STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଜୀବନ

ଜୀବନ

1 min
167


ଜୀବନଟା ଅଗ୍ନିପଥ ସୁଖ ଦୁଃଖ ନେଇ

ଦୁଃଖକୁ ଦେଖିଲେ କାତର ହେବାନାହିଁ।

କେତେବେଳେ ଟାଣଖରା କେବେ ଆସେ ଛାଇ

ସୁଖର ପିଠିଆ ଭାଇ ଦୁଃଖ ବି ଆସଇ।

ଜୀବନଟା,,,,,,,।


କେତେବେଳେ ବନ୍ୟାଜଳ କେବେ ମରୁସ୍ଥଳ

ହତାଶାରେ ପ୍ରାଣପକ୍ଷୀ ହୁଅଇ ବିକଳ

ପ୍ରତିପଦ ଅଗ୍ନିପଥ ଚାଲିବାର ପାଇଁ

ବାଲୁକା କଙ୍କର କେବେ କଣ୍ଟା ବି ମିଳଇ

ଜୀବନଟା,,,,,,,,।


ମିଛ ସତ ପ୍ରତାରଣା ସଭିଙ୍କ ସହିତ

ବାଧ୍ୟହୁଏ ଚଳିବାକୁ ବସିବାକୁ ମିତ।

ଇର୍ଷାଳୁଙ୍କ ମୁହାଁମୁହିଁ ପ୍ରତିଦ୍ବନ୍ଦି ନେଇ

ନିନ୍ଦା ଗାଳି ଅପମାନ କେବେ ମିଳିଥାଇ।

ଜୀବନଟା,,,,,,,,।


ଜୀବନ ଜଞ୍ଜାଳ ଲାଗେ କେବେ ଫୁଲ ଶେଜ

ସପ୍ତରଙ୍ଗି ଭାବନାର ଲେଖଇ ମୂରୁଜ

ହସିହସି ଆଗେଇବା ଝଡଝଞ୍ଜା ସହି

ସମସ୍ୟାକୁ ଅତିକ୍ରମୀ ଆଗକୁ ଆଗେଇ।

ଜୀବନଟା,,,,,,,,।


ଜଞ୍ଜାଳ ଭିତରେ ସ୍ନେହ ପ୍ରେମ ବାର୍ତ୍ତା ନେଇ

ଜୀବନ ଗିତିକା ସର୍ବେ ଯିବା ଗାଇ ଗାଇ।

ଏ ମାଟି ମାଆସନ୍ତାନ ଆମେ ଭାଇଭାଇ

ବଞ୍ଚିବା ସୁଖରେ ଜୀବନର ସ୍ୱାଦ ନେଇ।

ଜୀବନଟା,,,,,,।


ମାତାପିତା ବନ୍ଧୁ ପରିଜନ ସ୍ନେହ ପାଇ

ମଧୁସ୍ରାବି ସଂସାରର ସୁଖ ପିଇପିଇ।

ବଞ୍ଚିଥିବାଯାଏ ଉପକାରୀଟିଏ ହୋଇ

ମଧୁମୟ କରିଯିବା ଅଗ୍ନିପଥ ଦେଇ।

ଜୀବନଟା ଅଗ୍ନିପଥ ସୁଖଦୁଃଖ ନେଇ

ଦୁଃଖକୁ ଦେଖିଲେ କାତର ହେବାନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational