Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjaya Ananda Kumar Tripathy

Abstract

2  

Sanjaya Ananda Kumar Tripathy

Abstract

ଜୀବନ

ଜୀବନ

1 min
126


ଜୀବନ

କେଉଁଠି ଆରମ୍ଭ ? କେଉଁଠି ଶେଷ

ଖାଲି ସଂଘର୍ଷ କରି

ବଂଚିବାର ଏକ ପ୍ରୟାସ I

ପିନ୍ଧିବା ପାଇଁ କନା,

ପେଟ ପାଇଁ ଦାନା,

ସବୁ ପଛେ ଦୌଡ଼ିବାର ଏକ ଅଭ୍ୟାସ I


ଜୀବନ

ଭଂଗାରୁଜା ,ହଁ , ନାହିଁ ମଝିରେ

ଚାଲୁଥିବା ନିଶ୍ବାସ ,ପ୍ରଶ୍ବାସ ,

କୌଣସି ଆଦର୍ଶ ପଛରେ ଧାଇଁ ଧାଇଁ

ଅଣନିଶ୍ବାସୀ ହେବାର ପ୍ରୟାସ I


ଜୀବନ

ଗୋଲେଇ ଚକରେ ବୁଲି ବୁଲି

ଆଦ୍ୟ,ପ୍ରାନ୍ତ ପାଇବାର ଆଶ,

ହଜିଯାଏ ଦିନେ , ହୋଇଯାଏ ଶେଷ I

ପରବର୍ତ୍ତୀ ପିଢିର ଅନୁସରଣ ପାଇଁ

ସୃଷ୍ଟି କରିଯାଏ କିଛିଟା ବିଶ୍ବାସ I


Rate this content
Log in

Similar oriya poem from Abstract