ଜୀବନ
ଜୀବନ
ଜୀବନ ଯନ୍ତ୍ରଣା ବଡ ଉପାସନା
ଗୃହର ଜଂଜାଳ ମଧ୍ୟେ,
ଅଗାଧ ସମୁଦ୍ରେ ବୁଡି ଅଛେ ସର୍ବେ
ମନ ନାବଟିଏ ଖୋଜେ ।
ପାପ ପୁଣ୍ୟର ଛୋଟ ନାବଟି
ଅହଂ ଭାବରେ ଭରା,
ନାଉରିଆ ଏଠି ମୁରୁକି ହସୁଛି
ଦିଏନି ସହଜେ ଧରା ।
ଧର୍ମ, ଅଧର୍ମ ର ଲହଡି ଏଠି
କ୍ଷିପ୍ର ଗତିରେ ଆସେ,
ସମସ୍ତେ ସ୍ରୋତରେ ଭାସି ଯାଆନ୍ତି
ମୋହ ମାୟା ଏଠି ଗ୍ରାସେ ।
ସବୁଠାରୁ ଶ୍ରେଷ୍ଠ ଦୁର୍ଲଭ ମଣିଷ
ପାରେ ନାହିଁ କିଛି ବୁଝି,
ସଂସାର ଜାଲରେ ପେଶି ହୋଇଯାଏ
ନିଜ ସ୍ୱାର୍ଥରେ ହଜି ।
ସୁକାନ୍ତି ହୋତା