ଜୀବନ
ଜୀବନ
ଭଙ୍ଗା ଘରର ଛପର ପରିକା
ଜୀବନ ନୀରବ ନିଶ୍ଚଳ
କେତେବେଳେ ପୁଣି ନଦୀ ପରି ସିଏ
ଛନ୍ନଛନ୍ନ ଚଳଚଞ୍ଚଳ
ବୃଥା ମଣିଷ ହେଉଛି ପାଗଳ
ଧନ ଯୌବନର ନିଶାରେ ଝୁମିଣ
ବେଳୁବେଳ ହୁଏ ଜଟିଳ
କୁଟିଳ ବୁଦ୍ଧିରେ ଉଦର ଭରୁଛି
ଖୋଳୁଅଛି ଖାଲି ଗାଢ଼
ସେ ଗାଢ଼ରେ ତାକୁ ପକାଇ ଈଶ୍ୱର
ଖୁଆଇବେ ଯେବେ ମାଡ଼
ସବୁ ରଙ୍ଗ ଛାଡ଼ିଯିବ ତାର
ସ୍ୱାର୍ଥ ପାଇଁ ଯେତେ ସାଥୀ ତାହାର
ମୁଁହ ମୋଡିଦେଇ ଚାଲିଯିବେ ସିନା
ଶୁଣିବେନି ତା ଚିତ୍କାର
ନିତି ଦେଖେ କିଛି ଅର୍ଥଲୋଭୀ ନାରୀ
କିଛି ନାରୀ ଅର୍ଥ ଲୋଭୀ ନର
ଆଖିର ଠାରରେ କଥାବାର୍ତ୍ତା ହୋଇ
ଚଳାଇଛନ୍ତି ବେପାର
ଆଉ କିଛି ସ୍ୱାର୍ଥପର
ଆଖିବୁଜି ପିଉଛନ୍ତି କ୍ଷୀର
ଅଭିନୟ ତାଙ୍କ ବୁଝି ହୋଇଯାଏ
ଦେଖି ତାଙ୍କ ପୂର୍ଣ୍ଣମୀ ରାତିକୁ ଡର
ଯିଏ ଯାହା କରୁ ତାକୁ କରିବାର ଅଛି
ଆମର କି ଆସେ ଯାଏ
ଚାଲୁଛୁ ଚାଲିବୁ ସତ୍ୟପଥେ ନିତି
ଜଗତରେ ଥିବା ଯାଏ
ପ୍ରାରବ୍ଧ କର୍ମକୁ ଏ ଜନ୍ମେ ଭୋଗୁଛୁ
ଏ ଜନ୍ମ କର୍ମଫଳ ଯିବ ସାଥେ
ସାହା ହୁଅ ଆହେ ଦୟାମୟ ହରି
ନାମ ଧ୍ୟାୟୀ ଦିନ ବିତୁ ନିତ୍ୟେ ।