Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Action

3.4  

Geetanjali Prusty

Action

ଜୀବନ ଯେଉଁଠି

ଜୀବନ ଯେଉଁଠି

1 min
155


ଜୀବନ ଯେଉଁଠି ଭରା ସପନର

ଅଧାଲେଖା ଆତ୍ମଗୀତି

ଜୀବନ ଯେଉଁଠି ଅୟୁତ ଆଶାର

ସମ୍ଭାବ୍ୟ ପ୍ରେରଣା ନିତି l


ଜୀବନ ଯେଉଁଠି ପୁଣ୍ୟ ପ୍ରଭାତର

ମିଠା ମିଠା ଅନୁଭବ

ଜୀବନ ଯେଉଁଠି ଆଦ୍ୟ ଆଷାଢ଼ରେ

ଅଶନିର ପରାଭବ l


ଜୀବନ ଯେଉଁଠି ଜରା ଯନ୍ତ୍ରଣାର

ଜତୁଗୃହ ଜର୍ଜରିତ

ଜୀବନ ଯେଉଁଠି ଅତି ଭୟଙ୍କର

ଆଶା ଆଶଙ୍କାର ପଥ l


ଜୀବନ ଯେଉଁଠି ମୁଗ୍ଧ ତପୋବନ

ଅନ୍ତରଙ୍ଗ ଅଭିଲେଖ

ଜୀବନ ଯେଉଁଠି ଅପଢ଼ା ଅଭେଦ୍ୟ

ଘୁର୍ଣ୍ଣାୟିତ ସୂକ୍ଷ୍ମ ଚକ l


ଜୀବନ ଯେଉଁଠି ଛାଇ ଆଲୁଅର

ପ୍ରଲମ୍ବିତ ପ୍ରତିଛବି

ଜୀବନ ଯେଉଁଠି ମରୁ ମରୀଚିକା

ଗୋଧୂଳିର ଅସ୍ତରବି l


ଜୀବନ ଯେଉଁଠି ରଣ ହୁଙ୍କାର

ପ୍ରତିହିଂସାର ବହ୍ନି

ଜୀବନ ଯେଉଁଠି ସ୍ୱାର୍ଥ ବିଜଡିତ

ଶବ୍ଦମୟ ପ୍ରତିଧ୍ୱନି l


ସେଇଠି ଆଶାରେ ଏ ନର ପରାଣ

ହେଉଛି ବି ନିତି ଝୁରି

ଜନ୍ମମୃତ୍ୟୁ ମଧ୍ୟେ କ୍ଷୁଦ୍ର ବ୍ୟବଧାନ

ଜୀବନର ନାମ ଧରି l


ମାଧୁର୍ଯ୍ୟରେ ଭରି ପରମାୟୁ ଟିକ

ଆନେ ବାଣ୍ଟି ସେଵା ପ୍ରୀତି

ହରିନାମ ଗାଇ ପୁଣ୍ୟତା ପ୍ରାପ୍ତିରେ

ଚାଲରେ ମାନବ ଜାତି l


Rate this content
Log in

Similar oriya poem from Action