STORYMIRROR

Bijay Prusty

Tragedy

4  

Bijay Prusty

Tragedy

ଜୀବନ ଯେବେ ପରହୁଏ

ଜୀବନ ଯେବେ ପରହୁଏ

1 min
167


କିଏ କହିଥିଲା

ହୃଦୟ ତଳେ ଘରଟିଏ ତୋଳିବାକୁ

କିଏ କହିଥିଲା ସେ ଘରକୁ

କଂକ୍ରିଟରେ ଶକ୍ତକରି ଗଢିବାକୁ,

କିଏ କହିଥିଲା 

ଦୁନିଆର ସବୁତକ ରଙ୍ଗ ବୋଳି

ସଜାଇବାକୁ ସେ ଘର,

କେତେଯେ ଜରି ଜମ୍ବୁରା

ଜାତି ଜାତିକା ଫୁଲ 

ଖଞ୍ଜିବାକୁ ପ୍ରତି ଅଳିନ୍ଦରେ

କିଏ କହିଥିଲା?

ଏତେସବୁ କଲାପରେ 

କେମିତି କହୁଛ 

ଭାଙ୍ଗିଯାଉ ସେ ଘର

ନିଜ ହାତରେ ଘସି ଘସି

ବିକୃତ କରୁଛ କାନ୍ଥର ରଙ୍ଗ

ଫିଙ୍ଗି ଦେଉଛ ସବୁତକ ସାଜ ସରଞ୍ଜାମ

କେମିତି ହାତ ଯାଉଛି କେଜାଣି

ହୃଦୟରେ ନିଆଁ ଜାଳି

ସବୁକିଛି ପାଉଁଶ କରୁଛ,

ଜୀବନକୁ ପରକରି ବଞ୍ଚିବ କହୁଛ I

ତୁମପାଇଁ ପ୍ରଶ୍ନଟିଏ ମନରେ ଆସୁଛି

ଏମିତି କରି ତୁମେ କି ଲାଭ ପାଉଛ? 

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy