Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ଜୀବନ ଯାତ୍ରା, ଅଛିଣ୍ଡା ଗଣିତ

ଜୀବନ ଯାତ୍ରା, ଅଛିଣ୍ଡା ଗଣିତ

1 min
372



ଜୀବନ ଯେତିକି ସହଜ ବୋଲି 

ଲାଗି ଥାଏ ଆମକୁ‌‌

ପାଇବା ସେତିକି ସହଜ ନୁହେଁ 

ଯଦି ଯିବା ଆଗକୁ |୧|


ଶିଖି ଥିଲି ଛୁଆ ଦିନେ ବହୁ କଥା, 

ଜୀବନର ସୂତ୍ର

ଦେଖା ଦେଇଛି ଜୀବନ ଯାତ୍ରାରେ 

ଅଛିଣ୍ଡା ଗଣିତ |୨|


ସେଇ ସବୁ ଅଟେ, କ୍ରୋଧ କେବେ 

ମୁଁ କରିବି ନାହିଁ

ଗରବରେ, ଅହଂକାରରେ କେବେ 

ଅନ୍ଧ ହେବି ନାହିଁ |୩|


ସଚ୍ଚୋଟତାର ସହ କରିବି ମୋର 

ପ୍ରତ୍ୟେକଟି କାର୍ଯ୍ୟକୁ 

ଉତ୍ସାହ ପୂର୍ବକ ବଞ୍ଚିବି ଜୀବନର 

ପ୍ରତ୍ୟେକ କ୍ଷଣକୁ |୪|


ସରବ ପରିସ୍ଥିତିକୁ ସାହାସ ସହିତ 

ସ୍ୱାଗତ କରିବି

ରାଜନୀତି ଉର୍ଦ୍ଧ୍ୟେ ରହି ନିସ୍ଵାର୍ଥପର 

ସେବା କରିବି |୫|


ସମାଜର ଦୁଃସ୍ଥ ପାଇଁ ସେବାରେ 

ଜୀବନ ସାରିବି

ଜୀବନର ଗତି ଅନେକ ଉପର

ତଳ ରାସ୍ତାରେ |୬|


କେବେ ହୁଏ ଫୁଲ ଭର୍ତ୍ତି, ମହ 

ମହ ସୁଗନ୍ଧରେ

ଚନ୍ଦ୍ରଗ୍ରହଣର ଚିହ୍ନ କେବେ 

ଫୁଲେଇ ଜହ୍ନରେ |୭|


ପାଇନି ସେପରି ବନ୍ଧୁ ଦୁଇ

ଗୁଣ କରିଦେବ ଖୁସିକୁ

ହରି ଦେଇ ଭାଗ କରି ଦେବ 

ସରବ ଦୁଃଖକୁ |୮|


ମୁଁ ଶାନ୍ତିକାମୀ, ଶାନ୍ତି ରହିଛି 

ହୋଇ ସଦା ଦିବାସ୍ବପ୍ନ

ଲାଗେ ମନେ ଅଶାନ୍ତି ଦେଖି 

ଶରଶଯ୍ୟାର ଆୟୋଜନ |୯|


ଜୀବନ ପଥରେ ମୁଁ ହୋଇଛି 

କେବଳ ଦେଖଣାହାରୀ 

ଲହୁର ଧାର ବହେ ଆଖି ଦିଶୁଛି 

ସୁପ୍ତ ଆଗ୍ନେୟଗିରି |୧୦|


ତଥାପି ଚାଲିଛି, ଅଣ୍ଟା ଆସ୍ତେ 

ଆସ୍ତେ ନଇଁ ଆସିଲାଣି

ବୋଝ ମୁଣ୍ଡେଇ ଚାଲୁଛି ଛାତି

ରେ ଧରି ଅକୁହା କାହାଣୀ |୧୧|



Rate this content
Log in

Similar oriya poem from Abstract