STORYMIRROR

Jyotiranjan Acharya

Inspirational Others

3  

Jyotiranjan Acharya

Inspirational Others

ଜୀବନ-ଠୁଙ୍ଗାଏ ବାରମଜା

ଜୀବନ-ଠୁଙ୍ଗାଏ ବାରମଜା

1 min
14.1K


କଞ୍ଚା ଲଙ୍କା ରାଗ ଅଛି

କିଛି ଲୁହ ଦାଗ ଅଛି

ଲେମ୍ବୁ ଚଟପଟା ଅଛି

ମଜାଦାର ମସଲା ଅଛି

ସୈନ୍ଧବ ଲବଣ ଅଛି

ନମ୍କିନ୍ ବୟସ ଅଛି

ବେଳ ଅନୁକୂଳ ଅଛି

ଛଣା ବୁଟ ଡାଲି ଅଛି

ବାଦାମର ମଞ୍ଜି ଅଛି

ସୁଖର ସମୟ ଅଛି

ଦୁଃଖ ଲଙ୍କା ଗୁଣ୍ଡ ଅଛି

ଆଲୁଅ ଓ ଛାଇ ଅଛି

ଖରା ଆଉ ଶୀତ ଅଛି

ବସନ୍ତର ବାଆ ଅଛି

ଘୋର ବରଷା ରହିଛି

ନିଦାଘ ମଧ୍ୟାହ୍ନେ ପୁଣି

ମିଛ ମୃଗ ତୃଷ୍ଣା ଅଛି

କଳା ଅଛି ଧଳା ଅଛି

ଇନ୍ଦ୍ରଧନୁ ରଙ୍ଗ ଅଛି

ବେରଙ୍ଗ ଆକାଶ ଅଛି

ଅନ୍ତରଙ୍ଗ ଚିତ୍ର ଅଛି

କଅଁଳିଆ କଢି ଅଛି

ମୁନିଆଁ କଣ୍ଟକ ଅଛି

ପ୍ରିୟାର ପୀରତି ଅଛି

ବିରହୀର ଲୁହ ଅଛି

ଶୈଶବ ଆନନ୍ଦ ଅଛି

ବାର୍ଦ୍ଧକ୍ୟର ଶୋକ ଅଛି

ମିଳିବାର ଆଶା ଅଛି

ହଜିବା ନିରାଶା ଅଛି

ମନ୍ଦିରର ଘଣ୍ଟା ଅଛି

ଶ୍ମଶାନ ଶୂନ୍ୟତା ଅଛି

ମିଳନ ଓ ବିଚ୍ଛେଦର

ସୁନ୍ଦର ଦୃଶ୍ୟ ରହିଛି

ଦ୍ବିବିଧା ଓ ବ୍ୟଙ୍ଗ ଅଛି

ମହା ନାଟକ ଚାଲିଛି

ଖଟା ଅଛି ମିଠା ଅଛି

ଲୁଣ ଆଉ ରାଗ ଅଛି

ପ୍ରେମର ପିଆଜ କଟା

ବିରହ ଧନିଆ ଅଛି

ଜୀବନ ହାତରେ ଅଛି

ବାର ମଜା ବାର ସ୍ଵାଦ

ଖାଇବାର ମଜା ଅତି

ଖାଇ ଦିନ ଯାଉ ବିତି।

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ

ପୋଖରୀପୁଟ, ଭୂବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational