Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Beuria

Abstract

4.0  

Prasanta Beuria

Abstract

ଜୀବନ- ତାସ୍ ମୁଠାର ଜୋକର୍ କାର୍ଡ

ଜୀବନ- ତାସ୍ ମୁଠାର ଜୋକର୍ କାର୍ଡ

1 min
178


ଏକ ଅଡୁଆ ଜାଲରେ ଛନ୍ଦି ହୋଇ, 

ପୁଣି ସେଥିରୁ ମୁକ୍ତ ହେବା ହିଁ ଜୀବନ ।

ଘଟଣା ଓ ଦୁର୍ଘଟଣା ଭିତରେ ବନ୍ଧା ଏ ଜୀବନ,  

ଖସି ଯିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଖସିପାରେନା ।  

ଜହ୍ନ ଆଲୁଅରେ ସଜେଇ ହୋଇଥିବା ଭାଗ୍ୟ ଆକାଶର,  

ମହାଜାଗତିକ ତାଣ୍ଡବ ନୃତ୍ୟରେ, ଜୀବନ ଚକା ଭଉଁରୀ ଖେଳେ ।  

କାରଣ ସେ, ତା' ସହିତ ବନ୍ଧା ସବୁଦିନ ପାଇଁ । 


ପ୍ରତ୍ୟେକ ଦିନ ସେହି ଜାଲରେ; 

ବିଶ୍ୱାସ ଓ ଅଶାର ସୁତାଟିଏ, 

ବେଣୀ ପରି ଗୁଡେଇ ହୋଇ ଗଣ୍ଠି ପଡେ ।  

ପୁନଃ ବ୍ୟାଖ୍ୟା କରାଯାଏ ସମ୍ପର୍କ ମାନଙ୍କର ।

ପ୍ରାଚୀନ ସଂଗୀତର ଆବୃତିରେ,  

ଟଳ ମଳ ହୋଉଥିବା ଜୀବନର 

ମେରୁହାଡ଼ ବି ସିଧା ଛିଡା ହୋଇପଡେ;

ଯେତେବେଳେ ନିଜକୁ ସେ ପାଏ , 

ତାସ୍ ମୁଠାର ଜୋକର୍ କାର୍ଡରେ । 


ନଦୀ ମାନେ ବୋହି ଯାଆନ୍ତି, ଋତୁ ମାନେ ଚାଲି ଯାଆନ୍ତି, 

ଆଦ୍ର ଜୀବନକୁ, ବୟସର ମରୁଭୂମିରେ ଏକାକୀ ଛାଡି ।      

କିଛି ଗୋପନ ଚିହ୍ନ ଓ ଦୁଃଖଦ ଗୀତକୁ ସାଙ୍ଗରେ ଧରି, 

ଜୀବନର ଓଠରେ ଦେଖିବାକୁ ମିଳେ ମୋନାଲିସାର କୃତ୍ରିମ ହସ ।  

ମଉଳି ଆସୁଥିବା ଚେତନା, ଜୀବନର କାନ୍ଧରେ ଓହଳି ବନ୍ଧା ହୋଇଥାଏ,

ବିକ୍ରମାଦିତ୍ୟର ବେତାଳ ପରି ଆଗାମୀ ପ୍ରଶ୍ନର ପ୍ରତୀକ୍ଷାରେ ।



Rate this content
Log in

Similar oriya poem from Abstract