Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Beuria

Abstract

4.5  

Prasanta Beuria

Abstract

ସମୟ ନାହିଁ

ସମୟ ନାହିଁ

1 min
377


ସବୁ ଖୁସିରେ ଭରି ରହିଛି ନିଜ ପକେଟ୍, 

କିନ୍ତୁ ହସିବାକୁ ସମୟ ନାହିଁ ।  

ଦିନ ରାତି ଦୌଡୁଥିବା ଦୁନିଆକୁ, 

ନିଜ ଜୀବନ ପାଇଁ ସମୟ ନାହିଁ । 


ମା'ର ଧୋ' ବାୟା... ଗୀତର ଅନୁଭବ ତ ମନେ ଅଛି,

କିନ୍ତୁ ମା'କୁ, ମା' ଡାକିବାକୁ ସମୟ ନାହିଁ । 

ସବୁ ସମ୍ପର୍କକୁ ତ ହତ୍ୟା କରି ସାରିଲେଣି,  

କିନ୍ତୁ ତାହାର ଅନ୍ତ୍ୟେଷ୍ଠି କ୍ରିୟା କରିବାକୁ ସମୟ ନାହିଁ ।


ସବୁ ନାଁ ମୋବାଇଲ୍ ରେ ଅଛି,  

କିନ୍ତୁ ବନ୍ଧୁତା ପାଇଁ ସମୟ ନାହିଁ । 

ପର କଥା କଣ କହିବା, 

ନିଜ ପାଇଁ ବି ସମୟ ନାହିଁ । 


ଆଖିରେ ଅଛି ବହୁତ ନିଦ, 

କିନ୍ତୁ ଶୋଇବାକୁ ସମୟ ନାହିଁ । 

ହୃଦୟରେ ଦୁଃଖ ଭରି ରହିଛି, 

କିନ୍ତୁ କାନ୍ଦିବାକୁ ସମୟ ନାହିଁ । 


ଅର୍ଥ ପାଇଁ ଦୌଡ, ଏତେ ଲମ୍ବା ଦୌଡ଼ ଯେ, 

ଥକି ଯିବାକୁ ବି ସମୟ ନାହିଁ । 

ଅନ୍ୟ ଲୋକଙ୍କ ଭଲମନ୍ଦ କଥା କଣ କହିବା, 

ଯେବେ ନିଜ ସ୍ୱପ୍ନ ପାଇଁ ସମୟ ନାହିଁ । 


ତୁ ହିଁ କହ ଜୀବନ ! 

ଏ ଜୀବନର ଗତି କୁଆଡେ ?

ସବୁବେଳେ ମରୁଥିବା ଲୋକଙ୍କୁ, 

ବଞ୍ଚିବା ପାଇଁ ବି ସମୟ ନାହିଁ ।।


Rate this content
Log in

Similar oriya poem from Abstract