STORYMIRROR

Prasanta Beuria

Abstract

4  

Prasanta Beuria

Abstract

ଶଳା ତୁଚ୍ଛାଟାରେ

ଶଳା ତୁଚ୍ଛାଟାରେ

1 min
279

ଦୁଇ ମିନିଟ୍ ମୋ ପାଖରେ ବସିବାକୁ,

କାହାର ସମୟ ନଥିଲା । 

ଆଜି ସମସ୍ତେ ମୋ ଚାରିପାଖରେ ଘେରି ରହିଛନ୍ତି !    


ଆଜି ପର୍ଯ୍ୟନ୍ତ କାହାଠାରୁ କୌଣସି ଉପହାର, 

ମତେ ମିଳି ନ ଥିଲା ।    

ଆଉ ଆଜି ମତେ ଫୁଲମାଳରେ ପୋତି ଦେଇ ସାରିଲେଣି !   


ଝୁଣ୍ଟି ପଡିଲା ବେଳେ କାହାର ବି 

ଗୋଟିଏ ହାତ ମୋତେ ମିଳି ନଥିଲା । 

ଆଉ ଆଜି କାନ୍ଧ ଉପରେ କାନ୍ଧ ବଢ଼େଇ ଚାଲିଛନ୍ତି ! 


ଦୁଇ କଦମ୍ ସାଥିରେ ଚାଲିବାକୁ କେହି ରାଜି ନ ଥିଲେ । 

ଆଜି ଶୋଭାଯାତ୍ରା କରି 

ମୋ ସୁରକ୍ଷାରେ ଦଳ ଦଳ ଚାଲିଛନ୍ତି ! 


ଆଜି ହିଁ ଜଣା ପଡିଲା - ମୃତ୍ୟୁଟା କେତେ ସୁନ୍ଦର ।  

ଶଳା ତୁଛାଟାରେ, ମୁଁ ଜୀବନକୁ କୁଣ୍ଢେଇ ବସିଥିଲି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract