STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ଜୀବନ ସହିତ

ଜୀବନ ସହିତ

1 min
228



     

     


ଜଣା ନାହିଁ,କେତେ ଜନ୍ମ ପରେ

ଏ ଦୁର୍ଲଭ ମାନବ ଜନ୍ମ,ବଞ୍ଚିବାକୁ ହେବ

ସମସ୍ୟା ତ ପ୍ରତି ମୁହୂର୍ତ୍ତରେ

ସମସ୍ୟାର ସମାଧାନ ବି ଅଛି

ସମାଧାନର ସୂତ୍ର ଆବଶ୍ୟକ

ମରିଯିବା ସବୁଠୁ ସହଜ

ମରିଯିବା,ସମାଧାନର ସୂତ୍ର ନୁହେଁ।


ଜୀବନ ଖେଳରେ

ଜିତିବା, ହାରିବା ଉଭୟ ପରିଲକ୍ଷିତ

ପ୍ରତ୍ୟେକ ପରୀକ୍ଷା ନୁହେଁ ଅନ୍ତିମ ପର୍ଯ୍ୟାୟ

ଧୈର୍ଯ୍ୟ ରଖିବାକୁ ହେବ

ଅନ୍ଧାର ଅପସରି ଯିବ

ଜୀବନକୁ ଭଲପାଇବାକୁ ହେବ।


ଅମୂଲ୍ୟ ଏ ଜୀବନ

ପିତାମାତା ହିଁ ଜୀବନର ପ୍ରକୃତ ସମ୍ମାନ

ଆଖିରେ ନାଚି ଉଠେ ପିତାମାତାଙ୍କ ଚେହେରା

ଯେବେ ଆସେ

ଦୁଃଖ ଓ ସମସ୍ୟା

ମନେପଡେ ଉପଦେଶ କଥାରେ କଥାରେ।


ଜୀବନର କୌଣସି ନିର୍ଣ୍ଣୟ

ଜୀବନ ଠୁଁ ଜମା ବଡ ନୁହଁ

ଯେତେଦିନ ବି ବଞ୍ଚିବା,ସବୁ କିଛି ମୋର,ଆମର

ନ ବଞ୍ଚିଲେ, ଆମେ ତ ନଥିବା

କ'ଣ ହେବ ନିର୍ଣ୍ଣୟ, ଜୟ ବିଜୟ,

ଆଉ କ'ଣ ହେବ ଲକ୍ଷ୍ୟ।


ଏକାକୀ ଜୀବନ,ନିର୍ବାସନ ସମ

ମନର ଭାବନାକୁ ଶୁଣିବାକୁ ହେବ

କିଛି ରାସ୍ତା ଓ ଉପାୟ ବି ଥାଇପାରେ

ହୃଦୟକୁ ଖୋଲା ରଖିବାକୁ ହେବ।


ଜୀବନର ସବୁ ପରୀକ୍ଷାରେ

କୃତିତ୍ବ ଅର୍ଜନ,ବିଜୟ ହାସଲ ହେଉ ବା ନହେଉ

ଲକ୍ଷ୍ୟ ପୁରଣ ବି ନହେଉ

ଜୀବନର ସତ୍ତା ନିହାତି ଜରୁରୀ

ବଞ୍ଚିବାକୁ ହେବ, ପରୀକ୍ଷା ସହିତ

ଉପସ୍ଥିତି ଜୀବନ ସହିତ।


  



Rate this content
Log in

Similar oriya poem from Abstract