STORYMIRROR

Prashanta Padhan

Romance

3  

Prashanta Padhan

Romance

ଜୀବନ ସାଥୀ

ଜୀବନ ସାଥୀ

1 min
256

ବିଧି ନିର୍ଦ୍ଦେଶରେ ଆରମ୍ଭ ହୋଇଲା

ନୂଆଁ ଏକ କାହାଣୀର

ହୋମନିଆଁ ଠାରୁ ଜୁଇନିଆଁ ଯାଏଁ

ସାଥେ ଥିବି ମୁଁ ତୁମର ।।

ବଢ଼େଇଦେବି ଗୋ ତୁମସହ ସାଥି

ହାତ ଏବେ ଦାୟିତ୍ୱର

ଝରେଇବି ନିତି ଅଧରରେ ତୁମ

ମିଠା ହସ  ନିରନ୍ତର  ।।

ଓଢଣାର ତଳେ ସିନ୍ଦୂର ସାଜି ମୁଁ

ଢ଼ାଳୁଥିବି  ପ୍ରୀତିମଧୁ

ଆଣିଦେବ ତୁମେ ତପ୍ତ ଜୀବନରେ

ଶ୍ରାବଣର  ବର୍ଷାବିନ୍ଦୁ  ।।

ମାର୍ଗଶିର ମାସେ ବସେଇବ ମାଣ

ପଢିବ ଲକ୍ଷ୍ମୀ ପୁରାଣ

ଚଉରାର ମୂଳେ ସଂଜବତୀ ଜାଳି

ପବିତ୍ର କରିବ ପ୍ରାଣ  ।।

କୂଳବଧୁ ତୁମେ ରଖିବ ମର୍ଯ୍ୟାଦା

ଏ ବଂଶ ପରମ୍ପରାର

ଦୁହେଁମିଶି ଆମେ ଗଢ଼ିବା ସଂସାର

ସୁଖ ଆଉ ସମୃଦ୍ଧିର  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance