STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ଜୀବନ ରେଣୁ

ଜୀବନ ରେଣୁ

1 min
261


କେବେକେବେ ଏହି ମନ ଭାବୁଥାଏ ଏଣୁତେଣୁ

ଅଧା ଖଣ୍ଡିଆ ଗୀତକେତେ ହେଉଥାଏ ଗୁଣୁଗୁଣୁ

ଫେରିଯାଏ କେବେ ଅତୀତକୁ ପବନ ବେଗରେ

ଚେଷ୍ଟା କଲେ ମଧ୍ଯ ଅଟକେ ନାହିଁ ଜୀବନ-ରେଣୁ,


କେବେକେବେ ହସଟିଏ ଆସି ଚିମୁଟିଦେଇ ଯାଏ

ଓଠ ହସିବାକୁ ଭାବିଲା ବେଳକୁ ଆଖି ଓଦା ହୁଏ

କାହାର ଶୁଣେନି ସମୟ କହେ ମୋ' କଥା ତୁ ଶୁଣୁ

ସ୍ୱୟଂ ରାସ୍ତା ତିଆରି ହାତରୁ ଖସେ ଜୀବନ-ରେଣୁ,


ଋତୁର ରଙ୍ଗ ଆସି ପୁଣି ଯାଉଥାଏ କାଳେ ଫେରି

ବୟସର ପ୍ରଶ୍ନ ଏମିତି ଯେ ପରୀକ୍ଷାର୍ଥୀ ଯାଏ ହାରି

ପରୀକ୍ଷା ସୀମା ସରିଯାଏ ତା'ର ଉତର ଜାଣୁଜାଣୁ

ପାଞ୍ଚ ଆଙ୍ଗୁଳି ପାଞ୍ଚ ପଥେ ଫେରିଯାଏ କିଛି ରେଣୁ, 


ସୁଖ ସ୍ୱପ୍ନର ଘର ଛପରଟି ଉଡ଼େ ଭିନ୍ନ ବତାସରେ

ସମୟ ବାନ୍ଧିଛି ଏମିତି ମନକୁ ସେ କି କାନ୍ଦିପାରେ

ଆୟୁଷ ସରଇ ଭାବନା ବେଳାର ବାଲିକୁ ଗଣୁଗଣୁ

ଆକାଶ ମାଟି ହସୁଛନ୍ତି ଦେଖି ବିକ୍ଷିପ୍ତ ଜୀବନରେଣୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract