STORYMIRROR

Sunita Barik

Inspirational

5.0  

Sunita Barik

Inspirational

ଜୀବନ ପାଇଁ ପଦେ

ଜୀବନ ପାଇଁ ପଦେ

1 min
1.5K


ଜୀବନ ଯେଉଁଠି ଦି ଦିନ କୁଣିଆ

ମିଛ ଅହଂକାରେ ଭାସୁଛୁ କିଆଁ

ଯେତେ ଦିନ ଏହି ମହୀ ରେ ତୁ ଅଛୁ

ସ୍ନେହ ପ୍ରେମ ଆଉ ଖୁସି ବାଣ୍ଟୁଥାଆ


ରାଗ‌ ଅଭିମାନ କରିଵୁ କାପରେ

ସଭିଏଁ ତ ଏଠି ମିଛ ମାୟା ରେ ଵାୟା

କାହାର କାହାଠିଭରସା ତ ନାହିଁ

ଏ କଥା କୁ ତୋ ମନେ ହେଜିଥାଆ


ବିନା ସ୍ଵାର୍ଥେ କିଛି କାମ ତ ହୁଏନି

ଚଳଣି ତ ଏଠି ନିତିଦିନିଆ

ତଥାପି ବଞ୍ଚିଛି କୋଉଠି ହେଲେବି

ମଣିଷ ଭିତରେ ମଣିଷ ପଣିଆ


ମାପିଚୂପି ବାଟ ଚାଲିଲେ ବି ଏଠି

ଖସଡ଼ା ରେ ପାଦ ଖସଡ଼ି ଯାଏ

ମିଛ ଅହମିକା ସାଥୀ ରେ ଧରି

ବାଟ ଚାଲିବାଟା ସମ୍ଭବ ନୁହେଁ


ଭୂଲିଯାଆ ସବୁ ତୁ ଦୁଃଖ ତୋ ମନର

କିଏ ତୋତେ କେବେ ଯାହା କହିଛି

ଦେଖିବୁ ଜୀବନ କେଡ଼େ ସରଳରେ

ଆଗକୁ ଆଗକୁ ମାଡି ଯାଉଛି


ଦି ଦିନ କୁଣିଆ ଏଇ ଦୁନିଆରେ

ଆଜି ମଲେ ପରା କାଲି ଦି ଦିନ

ଯେତିକି ମିଳିଛି ସ‌ମୟ ସଭିଙ୍କୁ

ମିଳିମିଶି ସବୁ ଦିନ କାଟିବା


* ସୁନିତା ବାରିକ *





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational