ଜୀବନ ଓ ମୃତ୍ୟୁମାନେ
ଜୀବନ ଓ ମୃତ୍ୟୁମାନେ
ବୋଧେ ପରାସ୍ତ ସେଇମାନେ
ଯେଉଁମାନେ ଲିପ୍ତ ଥାଆନ୍ତି
ଅନ୍ୟକୁ ପରାସ୍ତ କରିବାରେ ।
ଜୀବନଟା ଗୋଟେ ଯୁଦ୍ଧ
ତାହା ବୋଲି
ଜିତିଯିବା ହିଁ ନୁହେଁ ଜୀବନ
ଯେଉଁଠି ହରିବାରେ
ନଥାଏ ସହନଶୀଳ ।
ତେଣୁ ସେଇମାନେ ଜୀବନ୍ତ
ଯେଉଁମାନେ
ଅନେକ ଜୀବନ ଭିତରୁ
ନିଜକୁ ଖୋଜିବାରେ ସକ୍ଷମ
ବାକି ସଭିଏଁ
ମୃତ୍ୟୁ ସହିତ ସମାନ !!