ଜୀବନ ଓ ମୃତ୍ୟୁ
ଜୀବନ ଓ ମୃତ୍ୟୁ
ଜୀବନ ଖୁଵ ଛୋଟ
ଏନ୍ତୁଡ଼ିଶାଳାରୁ ମଶାଣି ଯାଏ
ଚେନାଏ ଦୂରତା ମାତ୍ର ।
କେତୋଟି ମୂହୁର୍ତ୍ତର ସମାହାର
ଯେଉଁ ମୂହୁର୍ତ୍ତ ମାନେ କେତେବେଳେ ଯେ
ଖସିଯାନ୍ତି ସମୟର ହାତମୁଠାରୁ
କେହି ଜାଣି ନଥାଏ
ଏଇ ଅଛି ଏଇ ନାହିଁ
ଜଳର ବୁଦବୁଦ ପରି
ନିମିଷେ ଯାଏ ସେ ମିଳାଇ ।
ତଥାପି ମଣିଷ ଭଲପାଏ ଜୀବନକୁ
ଆଉ ଜିଇଁବା କୁ
ମିଥ୍ୟା ଅହମିକା ପଛେଧାଉଁ ଥାଏ ।
ମୃତ୍ୟୁ ଏକ ନିଷ୍ଠୁର ସତ୍ୟ
ଏକ ଭୟଙ୍କର ପ୍ରତିଶ୍ରୁତିଟିଏ
ଯାହା କେହି ଫାଙ୍କି ଦେଇ ପାରେନି
ଏମିତି ଆସେ ଆକସ୍ମିକ ଭାବେ
କିଛି ଵୁଝିବା ଆଗରୁ
ଛଡେଇନିଏ ସେଇ ଅନ୍ତରଙ୍ଗ ମୂହୁର୍ତ୍ତଟିକୁ
ଭାଙ୍ଗିଦିଏ ହୃଦୟକୁ
ଦିଏ ଖାଲି ଜନ୍ତ୍ରଣା ।
ଜୀବନର ଶେଷ ରାସ୍ତାଟିଏ
ଯେଉଁ ବାଟେଯାଇ ହୁଏ ସିନା
ହେଲେ ଫେରି ହୁଏନା
ଏଇ ଆମ ଜୀବନର ଶେଷ ଠିକଣା.....
