STORYMIRROR

Trushna Das

Inspirational

3  

Trushna Das

Inspirational

ଜୀବନ ନୌକା

ଜୀବନ ନୌକା

1 min
244

ମଝି ଦରିଆରେ ଫସି ଯାଇଛି

   ଜୀବନ ନୌକାଟି ମୋର 

ପାଉ ନାହିଁ ମୁଁ ନଦୀ କୂଳକୁ ପହଞ୍ଚିବା ପାଇଁ 

   ଯୁଆଡେ ବି ଦେଖୁଛି ଖାଲି ପାଣିର ସମାହାର।।


ଯାହାକୁ ସାଥୀ ଭାବି ବସିଲି

   ଜୀବନ ନୌକାରେ ଆସି

ସେ ଯେ ବାଟବଣା ପଥିକ ବୋଲି 

   ମୁହିଁ ନ ଥିଲି ଜାଣି

ମଝି ଦରିଆରେ ଗଲା ସେ ଛାଡି

   ଅଧା ରାସ୍ତାରେ ମୁଁ ପାଉ ନାହିଁ କୂଳ ଆଜି।।


ଯାଇଛି ମୋ ଜୀବନ ନୌକା ଏମିତି ସମ୍ପର୍କରେ ବାନ୍ଧି 

   ଯେଉଁଠି ସମ୍ପର୍କ ଅଛି ସତ

ହେଲେ ସେ ସାଥୀଟି ନାହିଁ 

   ଖାଲି ଅଛି ତାର ଛଳନା ଓ ପ୍ରତାରଣାର ଉଦାହରଣ।।


ଜୀବନ ନୌକାରେ ବସି

   ଦେଖିଲି ଥିଲି କେତେ ଯେ ସପନ ମୁଁ 

ହେଲେ ସେ ନୌକାର ନାଉରୀ 

   ବିଶ୍ୱାସରେ ବିଷ ଦେଇ ଛାଡି ଦେଲେ ମଝି ଦରିଆରେ ବୁଡି ମରିବାକୁ।। 


ସପନ ଓ ବାସ୍ତବତାର ପରିଚୟ 

   ଚିହ୍ନିବାକୁ ବାକି ନାହିଁ ମତେ ଆଉ

ଜୀବନ ନୌକାରେ ବିଷ ତ ପିଇ ସାରିଛି

   ଅପେକ୍ଷା କରିଛି ସମୁଦ୍ର ମନ୍ଥନରୁ ଟିକିଏ ଅମୃତ ପାଇବା ପାଇଁ।।


ଆଜି ଧକା ପାଇଲା ପରେ 

   ମଝି ଦରିଆରେ ନାଗୁଛି ସମସ୍ତଙ୍କୁ ବିଷଧର ସର୍ପ ପରି ମୋତେ 

କେହି ବି ଆଉଥରେ ସାଥୀ ହୋଇ ହାତ ବଢାଲା ବେଳକୁ ମୋତେ

   ଡର ଲାଗୁଛି ହାତ ବଢାଇବାକୁ କାଳେ ଅମୃତ ବଦଳରେ ବିଷ ମିଳିବ ମୋତେ ଆଉ ଥରେ।। 


ଏ ଜୀବନ ନୌକା ସଂଘର୍ଷରେ ଆଜି 

   ମୁଁ ହାରି ଯାଇ ନାହିଁ 

ବିଶ୍ୱାସ ଅଛି ଈଶ୍ୱରଙ୍କ ଉପରେ

   କେହି ଜଣେ ଭଲ ନାଉରୀ ଆସି ପହଞ୍ଚାଇବ ମୋତେ କୂଳ ପାଖରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational