ଜୀବନ ନୌକା ପରେ
ଜୀବନ ନୌକା ପରେ
ଜୀବନ ନୌକା ପରେ
ତୁମେ ଥିବ ମୋ ସାଥିରେ
ପାର ହୋଇଯିବା ଆନନ୍ଦରେ ସାଥି,
ନ ଥିବ ଦୁଃଖ ମନ ରେ l
ଦୂର ଦିଗନ୍ତକୁ ଚାହିଁ
ନାଵ ନେବା ଧୀରେ ବାହି
ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯିବା ହେ,
ନ ଯିବା କେଉଁଠି ରହି l
ଆସୁ ଯେତେ ଝଡ଼ ଝଞ୍ଜା
ଆମ ପାଇଁ ଯାହା ଖଞ୍ଜା
ହସି ହସି ସବୁ ଆଡ଼ କରିଦେବା,
ସାହା ସେ କାଳିଆ ରଜା l

