STORYMIRROR

Papu parida

Tragedy

4  

Papu parida

Tragedy

ଜୀବନ ମତେ ଉଚିତ ଶାସ୍ତି ଦେଉଛି

ଜୀବନ ମତେ ଉଚିତ ଶାସ୍ତି ଦେଉଛି

1 min
284

ବାଃ

ଜୀବନ ମତେ ଉଚିତ ଶାସ୍ତି ଦେଉଛି।

ମିଛକୁ ଲୁଚାଇ ସତ କହିବା ଶିଖୁଛି।

ପାପକୁ ଲୁଚାଇ ପୁଣ୍ୟ କରିବା ଶିଖୁଛି।

ବାଃ

ଜୀବନ ମତେ ଉଚିତ ଶାସ୍ତି ଦେଉଛି।

ପ୍ରତାରଣାକୁ ଲୁଚାଇ ପ୍ରେମ କରିବା ଶିଖୁଛି।

ଲୁହକୁ ଲୁଚାଇ ମିଛେ ହସିବା ଶିଖୁଛି।

ବାଃ

ଜୀବନ ମତେ ଉଚିତ ଶାସ୍ତି ଦେଉଛି।

ଛଳନାକୁ ଲୁଚାଇ ବାହାନା କରିବା ଶିଖୁଛି।

ଘୃଣାକୁ ଲୁଚାଇ ପ୍ରେମ କରିବା ଶିଖୁଛି।

ବାଃ

ଜୀବନ ମତେ ଉଚିତ ଶାସ୍ତି ଦେଉଛି।

ଜିତିଛି ବହୁତ ଏବେ ହାରିବା ଶିଖୁଛି।

ମରୁଥିଲି ମୁହିଁ ଏବେ ଜୀଇଁବା ଶିଖୁଛି।

ବାଃ

ଜୀବନ ମତେ ଉଚିତ ଶାସ୍ତି ଦେଉଛି।

ଏକା ହସୁଥିଲି ହସ ବାଣ୍ଟିବା ଶିଖୁଛି।

ଏକା କାନ୍ଦୁଥିଲି ଲୁହ ପୋଛିବା ଶିଖୁଛି।

ବାଃ

ଜୀବନ ମତେ ଉଚିତ ଶାସ୍ତି ଦେଉଛି।

ପଛେ ରହୁଥିଲି ଆଗକୁ ବଢିବା ଶିଖୁଛି।

ହାରିଯାଉଥିଲି ଏବେ ଲଢ଼ିବା ଶିଖୁଛି।

ବାଃ

ଜୀବନ ମତେ ଉଚିତ ଶାସ୍ତି ଦେଉଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy