Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Others

3  

Chittaranjan Nanda

Abstract Classics Others

ଜୀବନ କେବେ ଖରା କେବେ ଛାଇ

ଜୀବନ କେବେ ଖରା କେବେ ଛାଇ

1 min
137



ଭୋଗିଥାଏ ଆମେ କେବେ ପରା 

ଖରା କେବେ ଛାଇ

କିଏ ହୁଏ ଆମରି ସାଥୀ, କିଏ କେବେ 

ଯାଏ ଦୂର ହୋଇ ।


ଜୀବନରୂପୀ ପୋଖରୀ ତୁଠେ

ଶିଉଳି ମାଡଇ କେବେ

ଅସାବଧାନତାରେ ଖସି ଯାଇ ଗୋଡ 

ଅତଳ ଗରଭେ ଡୁବେ ।


ବହୁରୂପୀର ମିଠା କଥା ଶୁଣି

ସହଜରେ ବିଶ୍ୱାସ କରିଥାଇ 

କ୍ଷଣିକେ ପଛରୁ ଛୁରୀ ଭୁଷନ୍ତି

ସେମାନେ ଆପଣାର ହୋଇ ।


ଅଦିନିଆ ମେଘ ଭଳି ଏଇ ଜୀବନର 

ମୋଡ଼ ବଦଳିଯାଏ

ଜୀବନର ଏଇ ସାଦା ସ୍ୱଚ୍ଛ କାଗଜରେ 

ହତାସ ଘେରିଯାଏ ।


କଣ୍ଟାମୟ ଅବା ରଗଡା ଅବା

ପଙ୍କିଳ ପଥ ପଡିଯାଏ

ଜୀବନର ସେଇ ରାସ୍ତାରେ

ଚାଲିବାକୁ ତ ହୋଇଥାଏ ।


ନିଜର ବିବେକକୁ ଛାଡ଼ି ଅନ୍ୟର

ମିଠା କଥାରେ ମାତିଲେ

ଭୟାବହତାର ଶିକାର ହୋଇବା,

ମନରେ ରଖ ବେଳ ପଡ଼ିଲେ ।


ସଂସାର ସାଗରେ ନେଡିଗୁଡ

କହୁଣୀକୁ ବହିଗଲେ ଜାଣ

ହାତେ ମାପି ଚାଖଣ୍ଡେ ନଚାଲିଲେ

ସେ ଗୁଡକୁ ଚାଟି କି ହେବ ଜାଣ ।


ବିନା ଭୟେ, ମନ ଦୃଢ଼ ରଖି

ସାଧନା ବଳରେ ହେବ ଚାଲିବାକୁ

ଧୈର୍ଯ୍ୟ ହରାଇଲେ ଜାଣି

ପାଇବାନି ତ ଆଲୋକର ରାସ୍ତାକୁ ।



Rate this content
Log in

Similar oriya poem from Abstract