ନବବର୍ଷ
ନବବର୍ଷ


ସୃଷ୍ଟିର ନୂଆ ସମ୍ଭାବନା ନେଇ
ହିନ୍ଦୁ ନବବର୍ଷ ନୂଆ ସକାଳ
ବିଷୁବ ସଙ୍କ୍ରାନ୍ତି ପୁଣ୍ୟ ଅବସର
ହେଉ ଅନୁକୂଳ ଶୁଭ ମଙ୍ଗଳ ।
ସୈ।ର ଶୈବ ଶାକ୍ତ ସ୍ୱର୍ଣିମ ଅତୀତ
ଉଜ୍ଜଳ ଭବିଷ୍ୟ ଆଶା ଆକାଙ୍କ୍ଷା
ସ୍ଥିତପ୍ରଜ୍ଞ ବୀର ହନୁମାନ ସ୍ମରି
ଉଡୁ ବୈଜୟନ୍ତୀ ଗୈର ପତାକା ।
ନବ ବସନ୍ତରେ ହେଉ ପଲ୍ଲବିତ
ପଥ କୁସୁମିତ ଜୀବନ ଯାତ୍ରା
<p>ଧର୍ମ ମାନବତା ହେଉ ଉଜ୍ଜିବୀତ
ଅବ୍ୟାହତ ହେଉ ପ୍ରଗତି ଧାରା ।
ଉଦ୍ଧରୁ ପୀଡିତ ପତିତ ଜୀବନ
ଦୂର ହେଉ ବାଧା ପ୍ରତିବନ୍ଧକ
ଭରୁ ପ୍ରତି ପ୍ରାଣେ ଭରସା ବିଶ୍ୱାସ
ସୁଖପ୍ରଦ ହେଉ କ୍ଷଣ ପ୍ରତ୍ୟେକ ।
ସ୍ୱ।ଗତ ବିକ୍ରମ ସମ୍ବତ ପ୍ରଭାତ
ଜାଗରିତ କର ନୂଆ ସଙ୍କଳ୍ପ
ସତ୍ୟ ଶାନ୍ତି ମୈତ୍ରୀ ନିଷ୍ଠା ପରାକାଷ୍ଠା
ଉନ୍ମେଷୁ ମହାନ ଶ୍ରେଷ୍ଠ ଭାରତ ।