STORYMIRROR

Sanjukta Rout

Abstract

2  

Sanjukta Rout

Abstract

ଜୀବନ ଗୀତି

ଜୀବନ ଗୀତି

1 min
111

ଆତ୍ମୀୟତା ଆଉ ଆକର୍ଷଣ ନେଇ ମନେ

ଆସେ ଯେବେ ଦ୍ଵନ୍ଦ

ବିତର୍କ ବିମର୍ଷ ହୁଏ ମନେ ପ୍ରାଣେ

ବୁଝି ହୁଏନି ସେ ଭେଦ

କେବେ କେବେ ପୁଣି ଲାଗେ ବୁଝିଗଲି

ଆଉ କେବେ ଲାଗେ ନାହିଁ

ଭାବନାରେ ମୋର ପଡ଼େ ପୂର୍ଣ୍ଣଛେଦ

ମୁଣ୍ଡ ହୁଏ ଝାଇଁଝାଇଁ

ଏକା ପରି ସିନା ପ୍ରତୀୟ ହୁଅନ୍ତି

ଭିନ୍ନତା ରହିଛି ଲୁଚି

ଏହି ଭିନ୍ନତାକୁ ବୁଝି ହୁଏ କିଛି

ବାକି ରହେ ଆଉ କିଛି

ସେ ଗୂଢ ରହସ୍ୟ ବୁଝିବା କଠିନ

ମନ ଯଦି ନୁହେଁ ସ୍ଥିର

ଆତ୍ମୀୟତା ଭାବ ଆସିଗଲେ ଥରେ

ସମ୍ପର୍କ ନିବିଡ଼ତର

ଆକର୍ଷଣ ସଦା କାମନାର ବଶ

ସଂକୀର୍ଣ୍ଣ ଚେତନା ଧାର

ଅନାବିଳ ସ୍ନେହ ମମତା ରଜୁରେ

ଆତ୍ମୀୟତା ବନ୍ଧା ଚିର

ଆକର୍ଷଣ ସିନା କ୍ଷଣିକର ମାୟା

ଆସି ପୁଣି ଚାଲିଯାଏ

ଆତ୍ମୀୟତା ପରା ହୃଦୟ ବନ୍ଧନ

ଆତ୍ମାକୁ ସେ ଛୁଇଁଯାଏ

ଛଳନା କପଟ ସ୍ଵାର୍ଥାନ୍ଵେଷୀ ଭାବ

ଆକର୍ଷଣେ ଲୁଚି ଥାଏ

ଆତ୍ମୀୟତା ସଦା ଶାନ୍ତି ପ୍ରେମ ତ୍ୟାଗ

ତପସ୍ୟାର ଗୀତି ଗାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract