STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୪୩୦

ଜୀବନ ଗୀତା-୪୩୦

1 min
212

ଜୀବନ ଆଜି ବରଗଛ ପରି

ଦେଉନାହିଁ ତ ଛାଇ

କେବେଠୁଁ ସିଏ ହୋଇ ଯାଇଅଛି

ଛୋଟ ଏକ ବୋନ୍​ସାଇ ॥୦॥

କେତେ ପକ୍ଷୀବସା ଗୁଣ୍ଡୁଚି ମୁଷା

ବକ୍ଷରେ ଥିଲା ଧରି

ଓହଳରେ ତାର ପିଲାଏ ନିତି

ଖେଳୁଥିଲେ ତ ଦୋଳି

ପଥର ପାନ୍ଥ ଭରା ଦ୍ୱିପ୍ରହରେ

ବସୁଥିଲା ଥକିଯାଇ ॥୧॥

ଏବେ ଆଉକେହି ଆସନ୍ତି ନାହିଁ

ଭୁଲ୍​ରେ ବାଟ ଭାଙ୍ଗି

ଭଲରେ ମନ୍ଦରେ ପୂଜା ପାର୍ବଣେ

ହୁଏନାହିଁ ଭୋଗଲାଗି

ସଂକୀର୍ଣ୍ଣ ଜୀବନେ ବିରାଟତାର

ମାନେ ଆଉକିଛି ନାହିଁ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational