ଜୀବନ ଗୀତା-୪୩୦
ଜୀବନ ଗୀତା-୪୩୦
ଜୀବନ ଆଜି ବରଗଛ ପରି
ଦେଉନାହିଁ ତ ଛାଇ
କେବେଠୁଁ ସିଏ ହୋଇ ଯାଇଅଛି
ଛୋଟ ଏକ ବୋନ୍ସାଇ ॥୦॥
କେତେ ପକ୍ଷୀବସା ଗୁଣ୍ଡୁଚି ମୁଷା
ବକ୍ଷରେ ଥିଲା ଧରି
ଓହଳରେ ତାର ପିଲାଏ ନିତି
ଖେଳୁଥିଲେ ତ ଦୋଳି
ପଥର ପାନ୍ଥ ଭରା ଦ୍ୱିପ୍ରହରେ
ବସୁଥିଲା ଥକିଯାଇ ॥୧॥
ଏବେ ଆଉକେହି ଆସନ୍ତି ନାହିଁ
ଭୁଲ୍ରେ ବାଟ ଭାଙ୍ଗି
ଭଲରେ ମନ୍ଦରେ ପୂଜା ପାର୍ବଣେ
ହୁଏନାହିଁ ଭୋଗଲାଗି
ସଂକୀର୍ଣ୍ଣ ଜୀବନେ ବିରାଟତାର
ମାନେ ଆଉକିଛି ନାହିଁ ॥୨॥
