STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଜୀବନ ଗୀତ

ଜୀବନ ଗୀତ

1 min
449

ମିଛ ମାୟା ଏତ ସୁନାର ସଂସାର

ମିଛ ଅଟେ ମୋହ ମମତା

ଜନମି ଆଇଛୁ ଧରତୀକୁ ଯଦି

ଦିନେ ଏଠି ତୋର ଜଳିବ ଚିତା


କେତେ ପୁଣ୍ୟ ବଳେ ଏ ମହୀ ମଣ୍ଡଳେ

ମଣିଷ ହୋଇ ତୁ ଜନମ ନେଲୁ

ପର ହିଂସା ରାଗ ରୋଷ କେତେ କରି

ଅମଣିଷ ହୋଇ ଜୀବନ ନେଲୁ


ଦୁଇ ଦିନ ତୋର ମଣିଷ ଜନମ

ଆଜି କେତେ କଥା କାଲିକୁ ନାହିଁ

ପାପୀ, ଅପରାଧୀ, ବଲାତ୍କାରୀ ହୋଇ

ଅମୁଲ୍ୟ ଜୀବନ ସାରିବୁ କାହିଁ


ଆସିଅଛୁ ଏକା ଯିବୁ ତୁ ଏକା ରେ

ଭୁଲିବୁନି ଏହି ସତ୍ୟ ବାରତା

ପର ଉପକାରେ ଦିନ କାଟିଥିଲେ

ରହିବୁ ଅମର ଜାଣି ରଖିଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract