ଜୀବନ-ଦୁଇ
ଜୀବନ-ଦୁଇ
ଜୀବନ..!
କେବେ ଦଲକାଏ ଫଗୁଣର
ମିଠା ମିଠା ବାସ୍ନା
କେବେ ଭଦୁଅ ପୁନେଇଁ ରାତି
ଆଞ୍ଜୁଳାଏ ଜ୍ୟୋସ୍ନା
ଆଉ କେବେ
ଗହନ ବନ ଭିତର
ରଙ୍ଗୀନ ମୃଗତୃଷ୍ନା ।
ଜୀବନ..!
କେବେ ନରମ ହୃଦୟ ତଳେ
ହଳାହଳ କୋହ
କେବେ ଧାରା ଶ୍ରାବଣ ଆଖିର
ଅସରନ୍ତି ଲୁହ
ଆଉ କେବେ
କୁଆଁରି କନିଆଁ ଭରା ଯଉବନେ
ପଦ୍ମ ପାଖୁଡା ଦେହ ।
ଜୀବନ
କେବେ ସେନେହ ମମତା ବୋଳା
ମାଟି ମାଆ କୋଳ
କେବେ ପ୍ରାପ୍ତି ଅପ୍ରାପ୍ତି ମୋହ'ର
ଶେଷ ଭାଗଫଳ
ଆଉ କେବେ
ଶୂନ୍ୟ ମନ୍ଦିର ଗର୍ଭରେ
ଅଦୃଶ୍ୟ ସେ ଦିଅଁ ।