STORYMIRROR

Dr Baman Chandra Dixit

Tragedy

3  

Dr Baman Chandra Dixit

Tragedy

ଜୀବନ ବି ଜୁଇ ତଳୁ

ଜୀବନ ବି ଜୁଇ ତଳୁ

1 min
354


ପାଉଁସ ତଳୁ ବି ଆଜି

ଜଳେ ଜୁଈ ମଲା ସପନର 

ଦିକ ଦିକ ଜଳେ ଲିଭୁ ଲିଭୁ

ମଶାଣି ଦୁଆରେ ତ୍ୟକ୍ତ ଏ ଦୀପାଳି।

ପବନ ଆସେ ବତାସିଆ

ବହି ଯାଏ ଭସ୍ମ ଆଭରଣ

ବକଳା ବିହୀନ କ୍ଷତ ଦେହୁ

ବହି ବି ପାରେନା ରକତ ର ଧାର।

ଅନେଇଛି ଫଟା ଆଖି ତୋଳି

ଖୋଲା ଘା ଶୁଖିଲା ମାଉଁସ।

ମାତ୍ର ଜୀଇ ଉଠେ ଜୁଈ ନିଆଁ

ଲୁପ୍ତ ସୁପ୍ତ ସମସ୍ତ ଅତୃପ୍ତ ଆକାଙ୍କ୍ଷା।


ବଳବତୀ ଇଛା ଲମ୍ଫେ ଦମ୍ଭେ

ମୃତ୍ୟୁ ସୀମାରେଖା ଏପଟ କୁ।

ପୁନଃ ଜାଗ୍ରତ ଜୀବିତ ଜିଗିଶା

ବଞ୍ଚି ସଞ୍ଚି ବାଣ୍ଟିବା ର ବ୍ୟଗ୍ରତା କି

ସଂଜୀବନି ରସ ସ୍ନାତ ପୁଣି

ଖୋଜି ବୁଲେ ଭିନ୍ନ କେଉଁ ପନ୍ଥା

ଭିନ୍ନ ଆଶା ଅସରା ଅଧୁରା।

ଅବରୁଦ୍ଧ ରହି ବି ପାରେନା

ରୁଦ୍ଧ ଆବଦ୍ଧ କୋଠରୀ ମଧ୍ୟେ 

ଶବ୍ଦାୟମାନ ନିଃଶବ୍ଦ ନିସ୍ତବ୍ଦତା ।

କଡ଼ ଲେଉଟାଏ କାୟା କବନ୍ଧ

ଛାୟା ତଳୁ ଆଲୋକାଭିମୁଖୀ।


ସ୍ପନ୍ଦନ ବି ହୁଏ ଘନୁ ଘନତର

ପ୍ରବାହ ଧମନୀ ଧାର ଧରି ପ୍ରଖରତା

କ୍ଷରେ ସାରା ଦେହୁ ଶୌର୍ଯ୍ୟ ସ୍ବେଦ ବିନ୍ଦୁ

ଶବ ସାଜେ ଶିଵ ଅନାୟାସେ

ବାଜେ ଡମ-ଡମ ନୀଡର ଡମ୍ବରୁ

ନାଚି ଉଠେ ତାଣ୍ଡବ ପ୍ରଚଣ୍ଡ।

ହୁଙ୍କାରି ବିଲୁପ୍ତ ସୁପ୍ତ ଆତ୍ମ ପ୍ରତ୍ୟୟ କୁ

ଟାଙ୍କି କର୍ତ୍ତବ୍ୟ କିରୀଟ ପ୍ରତ୍ୟଞ୍ଚା ଶିଥିଳ

ଟଙ୍କାର ଝଙ୍କାର ପ୍ରତିଧ୍ୱନିତ ବିଦିଗେ।

ପ୍ରସାରିତ କରି ଆତ୍ମ ଉପସ୍ଥିତି

ଲିଭୁ ଲିଭୁ ଦାଦୋଲ୍ୟମାନ ଶୀଖା

ଜାଜ୍ୱଲ୍ୟମାନ ଲେଲୀହାନ ହୁଏ,

ରିକ୍ତ ତ୍ୟକ୍ତ ଶୁଷ୍କ ସ୍ମଶାନ ଦୀପାଳି;

ଏବଂ ଜୀଇ ଉଠେ ଜୁଈ ପାଉଁସ ତଳୁ ବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy