ଜୀବନ ବାସ୍ତବ ଭାବ
ଜୀବନ ବାସ୍ତବ ଭାବ
ହୃଦୟ ଯାତନା ହୃଦୟେ ଆବଦ୍ଧ
ଅନ୍ୟ କେ ପାସୋରି ନେବ,,
ଯେତେ ଯେତେ ଭାବ ବିଷାଦ ସମ୍ପୂର୍ଣ୍ଣ
ଅନ୍ୟ କେ ଆଦରି ନେବ ।
କ୍ଷଣିକ ଜୀବନେ ଲୋଡ଼ା ଅବିରତ
ଅବିରଳ ସ୍ନେହ ପ୍ରେମ,,
ଦୁନିଆ ବୁକୁ ରେ ସ୍ଵାର୍ଥ ଯେତେ ଭରା
ନାହିଁ ତାର ଭାରସାମ୍ଯ ।
ବିଷୟ ବିଶେଷ ଭିନ୍ନ ଭିନ୍ନ ମତ
ସମସ୍ତ କାର୍ଯ୍ୟ ଆଦରି,,
ଅନୁଭୂତି ଯାହା ଅଭେଦ୍ୟ ଅନୁଭ
ନିରନ୍ତର କାର୍ଯ୍ୟ କରି ।
କୃପଣ କୃପାଳୁ ଭିନ୍ନ ଭିନ୍ନ ରୂପେ
ରୂପ ର ନାହିଁ ପସରା,,
ଯିଏ ଯେଉଁ ରୂପ ମାର୍ଜନା କରିଲେ
ନାହିଁ ତାଙ୍କ ଭାବ ଧାରା ।
ଅନକେ ଯାଦୁ ସେ ଜାଣି ଅଛି ପରା
ନିଃସ୍ଵାର୍ଥେ ଯିଏ ନିପୁଣ,,
ଅନ୍ୟ ମୁଖେ ହସ ପ୍ରସ୍ଫୁଟିତ ପାଇଁ
ନିଜ ଦୁଃଖେ ଥାଏ ପୁଣ ।
ବିଶ୍ୱାସ ଭାଜନ ବିଦ୍ଵାନ ବିରଳ
ମଣିଷତ୍ୱେ ସେହି ଶ୍ରେଷ୍ଠ,,
ଆଚରଣ ଯାହା ଦେବ ତୁଲ୍ୟ ଆହା
ଅଟେ ସେ ନିଶ୍ଚଳ ଶିଷ୍ଟ ।
କାରୁଣ୍ୟ କରମେ କେଡେ ସୁନ୍ଦର ସେ
ପଟ୍ଟାନ୍ତର ସାଧ୍ୟ ନୁହଁ,,
ଯାଦୁ ଜାଣେ କି ସେ ଦେବ ଅଂଶ ନର
ବାର୍ତ୍ତା ଚିର ପୂର୍ଣ୍ଣ ସୁଅ ।
ସମୟ ସ୍ଥିତି କୁ ଅନୁସରଣ ସେ
ଆଦରି ଆଦରି କରେ,,
ଯାହା ଘଟେ କ୍ଷଣେ ପ୍ରତିକ୍ଷଣେ ତାକୁ
ସରଳେ ସମ୍ମୁଖ କରେ ।