STORYMIRROR

Ram Prasad Bisoi

Fantasy

1  

Ram Prasad Bisoi

Fantasy

ଜୀବନ--ଅବୁଝା ଜ୍ୟାମିତି

ଜୀବନ--ଅବୁଝା ଜ୍ୟାମିତି

1 min
2.3K


ଝଲକାଏ ପବନର ଧକ୍କା ଶାନ୍ତନିଦ୍ରାରୁ ମତେ ଉଠାଇ ଦେଲା,

ଅନୁଭବ କରିଲି ଯେମିତି କେହି ଜଣେ ଚୁମି ଚାଲିଗଲା,

ଦୂର ବନାନୀରୁ ଝଙ୍କୃତ ହୋଇ ଚାଲି ଥିଲା ଢେମସା ନାଚ ତାଳେ 

ମାଦକଭରା ଉଛଶୃଙ୍ଖଳିତ ସଙ୍ଗୀତ,

ଆତ୍ମବିଭୋର କରି ଦେଉଥିବା ସେଇ ଗୀତର ସୁରର

ଇଲାକାକୁ ହାଲୁକା ପବନଟିଏ ହୋଇ

ଶୂନ୍ୟରେ ମୁଁ ଉଡି ଚାଲିଥିଲି

ମତେ ଏମିତି ଲାଗୁଥିଲା ଯେମିତି  

କେହି ଜଣେ ଏକ ଅସ୍ତିତ୍ଵହୀନ ସତ୍ତା ଭିତରକୁ 

ମୋ ଇଚ୍ଛାକୃତେ ଟାଣି ନେଇ ଯାଉଛି

ଯେଉଁଠି 

ଆତ୍ମା ଉପରେ ଆକାଶର ବିଛୁରିତ ଭସାବାଦଲ ଭିତରୁ

ଅତିଲୋକ ସୌନ୍ଦର୍ଯ୍ୟତା ଅବିରାମ ବରଷି ଚାଲିଛି

ପୂର୍ଣ୍ଣ ସଂପୂର୍ଣ୍ଣ ଭାବକୁ ନେଇ

ପ୍ରେମର ଅବଚେତନ ଅବସ୍ଥାରେ ମୁଁ ଚାଲିଛି

ମୋ କଲମ , 

ମାନସ ଚିନ୍ତନ ଓ ଚିତ୍ରକୁ ନେଇ ଏକ ଉଡ଼ନ୍ତା

କାଗଜ ଡ଼ଙ୍ଗା ବନି ଯାଇଛି

ସମସ୍ତ ଜୀବସତ୍ତା ତା ଆୟତ୍ତାଧିନ

ହୋଇ ଯାଇଛି ,

ଏକ ସୁନ୍ଦର ପ୍ରଜାପତି ଭଳି ସେ ମୋ ଚାରିକଡ଼େ ଉଡି ବୁଲୁଛି ,

ମୃତବତ୍ତ ଚାଲିଥିବା ଜୀବନକୁ ପୁଣି ବଞ୍ଚି ଉଠିବାକୁ

ବାରମ୍ବାର କରାଘାତ କରି ଚାଲିଛି ଜୀବନର ବନ୍ଦ ଦରଜାକୁ,

କହି ଚାଲିଛି;

ବଞ୍ଚି ଉଠି ବଞ୍ଚିବା ,ବଞ୍ଚି ଚାଲିବା ଆଗକୁ ଆହୁରି ଆଗକୁ,

ଦୃଢଇଛା ଶକ୍ତିକୁ ନେଇ ଚାଲିବ,

ଅନ୍ୟଦ୍ୱାରା ପରିଚାଳିତ ହୋଇ ଚାଲିବା ମଧ୍ୟରେ ରହିଛି ,

ଅନେକ ତଫାତ,

ଜୀବନ ଓ ଶ୍ରେଷ୍ଠତା ସହ ଜୀବନ ବଞ୍ଚିବାର ମଧ୍ୟରେ ବୁଝିବାକୁ

ରହିଛି ଅନେକ ନ ବୁଝି ପାରିବା ଭଳି

ଗୁଡ଼ାଏ ଅମିମାଂସିତ ପ୍ରଶ୍ନ ସମୂହ,

ଜୀବନ 

ନୁହେଁ କି ? ଅବୁଝା ଜ୍ୟାମିତି ।

©®କାଶ୍ୟପ,ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy