STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଜୀବନ ଅଭିନୟ

ଜୀବନ ଅଭିନୟ

1 min
207


କେହି ରହିବା ନାହିଁ ଏହି ଭବରେ

ସର୍ବେ ନିଜ କର୍ମ ସାରି ବାହୁଡ଼ିବା

କାଳ ବଳରେ

ବୃଥା ଅଭିମାନ କାହିଁ କରୁ ଅଛୁ ମନ

କିଛି ନୁହେଁ ତୋର ତୁଚ୍ଛ ତୋର ଜୀବନ

ଅଭିନୟ କରୁଅଛୁ ଏହି ରଙ୍ଗ ମଞ୍ଚରେ 

ଯେବେ ସରିବ ଅଭିନୟ ଯିବୁ ତୋ ଘରକୁରେ

ଅତିଥି ହୋଇ ଆସିଥିଲୁ ତୁହି ଏହି ସଂସାରକୁ

ମିଛ ଦୁନିଆକୁ ସତ ଭାବି ଧରି ଅଛୁ ମାୟାକୁ

କେହି ନୁହେଁ ତୋର ତୁ ନୁହେଁ କାହାର

ବୁଝି ଯାରେ ମନ ଧନ ଜନ ଯୌବନ

ହୋଇଯିବ ପର

ଆସିଅଛୁ ଶୂନ୍ୟ ହସ୍ତେ ଯିବୁ ଏକା ଶୂନ୍ୟ ହୋଇରେ

ଭାବ ସାଗରେ ବନ୍ଧନରେ କାହିଁ

ପାଇଁ ପଡି ଅଛୁରେ

କିଏ ତୋର ପିତା କେ ତୋର ମାତା କେହି ନୁହଁନ୍ତି ତୋର 

ସ୍ତ୍ରୀ ପୁତ୍ର ସଖା ସଭିଏଁ ରହିବେନି ହୋଇ ନିଜର

ଅଭିନୟ ଯେବେ ବୁଝିବୁ ଜୀବନକୁ ତୋର

ଭବ ମଞ୍ଚ ରୁ ଅଭିନୟ ସାରି ଯିବୁ 

ପ୍ରଭୁଙ୍କର ଘର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational