ଜୀବନ ଅଭିନୟ
ଜୀବନ ଅଭିନୟ
କେହି ରହିବା ନାହିଁ ଏହି ଭବରେ
ସର୍ବେ ନିଜ କର୍ମ ସାରି ବାହୁଡ଼ିବା
କାଳ ବଳରେ
ବୃଥା ଅଭିମାନ କାହିଁ କରୁ ଅଛୁ ମନ
କିଛି ନୁହେଁ ତୋର ତୁଚ୍ଛ ତୋର ଜୀବନ
ଅଭିନୟ କରୁଅଛୁ ଏହି ରଙ୍ଗ ମଞ୍ଚରେ
ଯେବେ ସରିବ ଅଭିନୟ ଯିବୁ ତୋ ଘରକୁରେ
ଅତିଥି ହୋଇ ଆସିଥିଲୁ ତୁହି ଏହି ସଂସାରକୁ
ମିଛ ଦୁନିଆକୁ ସତ ଭାବି ଧରି ଅଛୁ ମାୟାକୁ
କେହି ନୁହେଁ ତୋର ତୁ ନୁହେଁ କାହାର
ବୁଝି ଯାରେ ମନ ଧନ ଜନ ଯୌବନ
ହୋଇଯିବ ପର
ଆସିଅଛୁ ଶୂନ୍ୟ ହସ୍ତେ ଯିବୁ ଏକା ଶୂନ୍ୟ ହୋଇରେ
ଭାବ ସାଗରେ ବନ୍ଧନରେ କାହିଁ
ପାଇଁ ପଡି ଅଛୁରେ
କିଏ ତୋର ପିତା କେ ତୋର ମାତା କେହି ନୁହଁନ୍ତି ତୋର
ସ୍ତ୍ରୀ ପୁତ୍ର ସଖା ସଭିଏଁ ରହିବେନି ହୋଇ ନିଜର
ଅଭିନୟ ଯେବେ ବୁଝିବୁ ଜୀବନକୁ ତୋର
ଭବ ମଞ୍ଚ ରୁ ଅଭିନୟ ସାରି ଯିବୁ
ପ୍ରଭୁଙ୍କର ଘର
