ଜୀବ ଧନ
ଜୀବ ଧନ
ଯିବି ମୁଁ କେଣିକି କହ ଜୀବ ଧନ
ଜୀବନର ଶେଷ କାଳେ
ଯିବି ଯଦି ଯିବି ସେ ପାରିକୁ ଯିବି
ତୋର ପ୍ରତ୍ୟାଖ୍ୟାନ ପରେ।।
ଜନମିଲୁ ଯେଉଁ ଜନନୀ ଜଠରୁ
କେମିତି ଗଲୁରେ ଭୂଲି
ଜାଣି ମୁଁ ନଥିଲି ମାଆର ମମତା
ଏତେ ବି ଅଲୋଡ଼ା ବୋଲି।।
ମୁଁ ନୁହଁ ଅଧୀର ବାପା ମୁଁ ତୋହର
କୁହେ ନାହିଁ ଯାଏ ସହି
ହେଲେ ତୋ ମାଆର ଆଖି ଲୁହ ଧାର
ଜମା ଦେଖି ପାରୁନାହିଁ।।
ମେଲା ଦୁଆରକୁ ଅନେଇ ଅନେଇ
ଆଖିରୁ ଜ୍ୟୋତି ହଜିଛି
ତଥାପି ଚାହିଁଛି ଡବ ଡବ ଆଖି
ପାପୁଲିରେ ପୋଛି ପୋଛି ।।
ଫେରିଆ ଧନ ଦେଖିଯା ଥରେ
ଦର ଆଉଜା କବାଟ
ଏତେ ବି ଉଚ୍ଛର ହେଇନିରେ ଧନ
ଭୂଲି ବି ଯାଇନୁ ବାଟ।।
ଥରେ ତୋ ମଥାରେ ହାତ ବୁଲେଇଲେ
ମିଳିବ ଅପାର ତୃପ୍ତି
ଯାଉନାହିଁ ଜୀବ ନଦେଖିଲେ ତୋତେ
ନେବନିରେ ଯନ୍ତୁପତି।।
ତୋ ରାଇଜେ ତୁ ରହିବୁରେ ସୁଖେ
ଶେଷ ଦରଶନ ପରେ
ଦେଖି ତୋର ମୁଖ ଲଭିବୁରେ ମୋକ୍ଷ
ଲେଉଟି ଆ ଧନ ବାରେ ।