STORYMIRROR

Prashantam Bapu

Inspirational

3  

Prashantam Bapu

Inspirational

ଜୀଅନ୍ତା ସମାଧି ଉପରେ

ଜୀଅନ୍ତା ସମାଧି ଉପରେ

1 min
413

ତୋ ଜୀଅନ୍ତା ସମାଧି ଉପରେ 

ମୋ ତେଲଲୁଣ ସଂସାର ବସିଛି 

ଏବେ ବି ନିଃଶବ୍ଦରେ ଲାଗେ 

ଆମ ନିଃଶ୍ୱାସ ପ୍ରଶ୍ୱାସର ପ୍ରବାହ 

ହୃତସ୍ପନ୍ଦନର ଗତି ଏକ ହିଁ ତାଳେ ଚାଲିଛି

ଏଇଥି ପାଇଁ ତ ନିଃସଙ୍ଗତା ନିଃଶବ୍ଦତାକୁ ଡ଼ର

ସୋରଗୋଳ ଭିତରେ ହଜିଯିବାକୁ ଏତେ ଆତୁର

ତୋ ଠୁଁ ଖସିଯିବାର ରାସ୍ତା ନାହିଁ ଜାଣି ମଧ୍ୟ ।

 

ତୁ ତ ଆଉ ବାହାରେ ନାହୁଁ କେଉଁଠି

ମୁଁର ପରଦା ପଛେ ପାଦ ଚିପି ଛପିଛୁ

ଯେବେ ଏ ମୁଁ...ଟା ଟିକିଏ ତରଳି ଯାଏ 

ଗୋଳିଆ ପାଣି ବସିଯାଏ

ତୁ ଉଙ୍କିମାରୁ ବାଦଲ ଉହାଡ଼ରୁ

ଜଳଜଳ ଦେଖାଯାଉ 

ଗାଆଁ ଗାଡ଼ିଆରେ ପୁନେଇଁ ଜହ୍ନ ଭଳି

ଏତିକି ବେଳେ କେଉଁଠୁ କେଜାଣି

ମୁଁ ବେଙ୍ଗଟି ଖପ୍ କରି ଡେଇଁପଡ଼େ 

ତରଙ୍ଗାୟିତ କରିଦିଏ ମନପ୍ରାଣକୁ

ଟାଣି ଆଣେ ଆଖଡ଼ାଶାଳାକୁ 

ପିନ୍ଧାଇ ଦିଏ ଦେହରେ ଖୋଳପା 

ମୁହଁରେ ବଜାର ଉପଯୋଗୀ ମୁଖା

ନାଚିବାକୁ ଛାଡ଼ିଦିଏ ସେହି ଧରାବନ୍ଧା 

ରକ୍ତଶୋଷା ଚାକିରୀରେ ।


ମୋର ଏକମାତ୍ର ସମ୍ପତ୍ତି ତୁ

ସମାଜର ଶାଣଦିଆ ଲୋଲୁପ ଆଖିର ଅନ୍ତରାଳେ

ଅନ୍ତରର ସାତତଳ ଗଭୀରରେ ତୋତେ ଲୁଚାଇ 

ଗୋତି ଖଟିଚାଲେ

ଅଜଣା କରଜ ସୁଝିବାକୁ

ଗୋଲାମୀ କରିଚାଲେ

କେବେ ପୁରୁ ନଥିବା 

ଏ ଦେହମନର ଭୋକ ପାଇଁ

ହେଲେ ଧନକୁ ପୋତିଥିବା ହତାଭାଗାଟି 

ଶେଷରେ କ'ଣ ଭୋଗିପାରେ ସେ ସମ୍ପତ୍ତିକୁ ?

ନା ମାଟିଖିଆ ଭଗ୍ନ ଅବଶେଷରୁ 

ଇତିହାସ ବିଜ୍ଞାନ ମାପିପାରେ 

ସେ ଅଦୃଶ୍ୟ ଅବ୍ୟକ୍ତକୁ ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational