Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prashantam Bapu

Inspirational

3  

Prashantam Bapu

Inspirational

ଜୀଅନ୍ତା ସମାଧି ଉପରେ

ଜୀଅନ୍ତା ସମାଧି ଉପରେ

1 min
395


ତୋ ଜୀଅନ୍ତା ସମାଧି ଉପରେ 

ମୋ ତେଲଲୁଣ ର ସଂସାର ବସିଛି 

ଏବେ ବି ନିଃଶବ୍ଦରେ ଲାଗେ 

ଆମ ନିଃଶ୍ୱାସ ପ୍ରଶ୍ୱାସର ପ୍ରବାହ 

ହୃତସ୍ପନ୍ଦନର ଗତି ଏକ ହିଁ ତାଳେ ଚାଲିଛି

ଏଇଥି ପାଇଁ ତ ନିଃସଙ୍ଗତା ନିଃଶବ୍ଦତାକୁ ଡ଼ର

ସୋରଗୋଳ ଭିତରେ ହଜିଯିବାକୁ ଏତେ ଆତୁର

ତୋ ଠୁଁ ଖସିଯିବାର ରାସ୍ତା ନାହିଁ ଜାଣି ମଧ୍ୟ ।

 

ତୁ ତ ଆଉ ବାହାରେ ନାହୁଁ କେଉଁଠି

ମୁଁ ର ପରଦା ପଛେ ପାଦ ଚିପି ଛପିଛୁ

ଯେବେ ଏ ମୁଁ...ଟା ଟିକିଏ ତରଳି ଯାଏ 

ଗୋଳିଆ ପାଣି ବସିଯାଏ

ତୁ ଉଙ୍କିମାରୁ ବାଦଲ ଉହାଡ଼ରୁ

ଜଳଜଳ ଦେଖାଯାଉ 

ଗାଆଁ ଗାଡ଼ିଆରେ ପୁନେଇଁ ଜହ୍ନ ଭଳି

ଏତିକି ବେଳେ କେଉଁଠୁ କେଜାଣି

ମୁଁ ବେଙ୍ଗଟି ଖପ୍ କରି ଡେଇଁପଡ଼େ 

ତରଙ୍ଗାୟିତ କରିଦିଏ ମନପ୍ରାଣକୁ

ଟାଣି ଆଣେ ଆଖଡ଼ାଶାଳାକୁ 

ପିନ୍ଧାଇ ଦିଏ ଦେହରେ ଖୋଳପା 

ମୁହଁରେ ବଜାର ଉପଯୋଗୀ ମୁଖା

ନାଚିବାକୁ ଛାଡ଼ିଦିଏ ସେହି ଧରାବନ୍ଧା 

ରକ୍ତଶୋଷା ଚାକିରୀରେ ।


ମୋର ଏକମାତ୍ର ସମ୍ପତ୍ତି ତୁ

ସମାଜର ଶାଣଦିଆ ଲୋଲୁପ ଆଖିର ଅନ୍ତରାଳେ

ଅନ୍ତରର ସାତତଳ ଗଭୀରରେ ତୋତେ ଲୁଚାଇ 

ଗୋତି ଖଟିଚାଲେ

ଅଜଣା କରଜ ସୁଝିବାକୁ

ଗୋଲାମୀ କରିଚାଲେ

କେବେ ପୁରୁ ନଥିବା 

ଏ ଦେହମନର ଭୋକ ପାଇଁ

ହେଲେ ଧନକୁ ପୋତିଥିବା ହତାଭାଗାଟି 

ଶେଷରେ କ'ଣ ଭୋଗିପାରେ ସେ ସମ୍ପତ୍ତିକୁ ?

ନା ମାଟିଖିଆ ଭଗ୍ନ ଅବଶେଷରୁ 

ଇତିହାସ ବିଜ୍ଞାନ ମାପିପାରେ 

ସେ ଅଦୃଶ୍ୟ ଅବ୍ୟକ୍ତକୁ ...



Rate this content
Log in

Similar oriya poem from Inspirational