Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Pradhan

Inspirational

3  

Debadatta Pradhan

Inspirational

ଆସୁଛି ଶ୍ରାବଣ

ଆସୁଛି ଶ୍ରାବଣ

1 min
198



ଆସୁଛି ଶ୍ରାବଣ ଭିଜାଇ ପାର୍ବଣ ହସୁଛି ଗୀର୍ବାଣ ତୋଳି

ରସିକ ରସଇ ରସରେ ବସଇ ରସିକ ଚିହ୍ନରା ବୋଳି।


ପୂରିଛି ସରିତ ଭରିଛି ଘାରିତ ସରିଛି ଉତାପ ତାପ

ଦେଖ ଗୋ ଦାମିନୀ ଦାମିନୀ ଧରିତ ଦାମିନୀରେ ବାର୍ତ୍ତାଳାପ।


ନଳିନୀ ନଳିନୀ ନଳିନୀ ପୂରିତ ତୁଳି ନୁହେଁ ତୁଳନାରେ

କଳିତ ନୁହଁଇ ଫଳିତ ତୁହାଇ ବଳିତ ଯାଉଛି ନା,ରେ।


ଗଳିତ ପଡୁଛି ଦଳିତ ଗଡୁଛି ଦୟିତ ଅଦୈତ ଭାବ

ଭ୍ରମନ୍ତି ଭ୍ରମରେ ଭ୍ରମର ପଢୁଛି ଉଲ୍ଲୁକ ଭଲୁକ ଗାବ।


ପାଦପ ପାଦପେ ପଦ କି ଅରପେ,ବିଜ୍ଞାନୀ କୈବର୍ତ୍ତ ମତ୍ତେ

ସୁନାସୀର ସର ସରପର ଦର ଦରବାର ଦରୀ ହୃତେ।


ବାରି ବାରିବାହେ ଭାରି ଭରି ମୋହେ କଉତୁକୀ ମୀନପନ୍ତି

ମାଛରଙ୍କା ଝୁଙ୍କେ ପନ୍ନଗ ନିଃଶଙ୍କେ କାମିନୀ ପଲଙ୍କେ ମାତି।


ମଲ୍ଲୀ ମହମହ ପଲ୍ଲୀବାଳାଦେହ ଭୂରୁବଲ୍ଲୀ ଭାରିକଲା

ତରଙ୍ଗ ତୋରଣ ଉତ୍ତୁଙ୍ଗ ବାରଣ,ସିଂହ ଶାବକ ମଣ୍ଡିଲା।


ଗହନ କାନନ ଦହନ ମନନ ବହନ ଉଠିଲେ ହସି

ଦଶରଥ ବିଲେ ଚାଲନ୍ତି ପ୍ରବଳେ ବାୟସ ଝାମ୍ପଇ ଗ୍ରାସୀ।


ମଣ୍ଡୁକୀ ମୁଣ୍ଡରେ ଝୁମୁକି କଠାଉ ଶୃଗାଳ ବଜାଏ ବାଜା

ସବୁଜିମା ସଜ୍ଜା ଅବନୀ ପୁର,ଯା ଶ୍ରାବଣୀ ବୋଲାଏ ରଜା।


ସୁଷମା ସୁଷମା କୁସୁମାକର ସେ,ବିଷମ ଗ୍ରୀଷମ ଦହି

ମହୀତଳେ ବହି ବହିତ୍ର ବୁହାଇ ନବଶସ୍ୟ ସୃଜେ ସହି।


ମଉସୁମୀ ଶମୀ କେଡେ ଉପଶମୀ ବନ ଉପବନ ଶୋଭା

ଶୋଭାମୟ ଲୋଭା ଲୋଭନୀୟ ବିଭା ବିଭାଗ ବିଭାଗ ଆଭା।


ବିରଞ୍ଚି ରଚିତ ଋତୁ ପରିଚିତ ଭରସା ବରଷାଧାରା

ଉଣା ବେଶୀ ଭୟ ନିୟମାକ ଲୟ ଜୟଜୟ ମହୀଭାରା।


Rate this content
Log in

Similar oriya poem from Inspirational