Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Inspirational

3  

Sunanda Mohanty

Inspirational

ବେଳେ ବେଳେ ମନ ହୁଏ

ବେଳେ ବେଳେ ମନ ହୁଏ

1 min
186


 

ଶ୍ରାବଣରେ ଶ୍ରାବଣୀ ସାଜି

ଜହ୍ନରେ ଦିଅନ୍ତି ବୁଣି

ଶାଶ୍ୱତ ପ୍ରେମ୍ ନିର୍ଝରଣୀ

ଆକାଶରେ ଦିଅନ୍ତି ବିଞ୍ଛି

ମୁଁ ସାଇତି ଥିବା ପ୍ରେମ ଅମୃତ ସିଞ୍ଚି

ମଳୟରେ ମାଳବିକା ସାଜି

ସମୁଦ୍ରରେ ଦିଅନ୍ତି ପୋତି

ମୁକ୍ତା ଆଉ ମୋତି ଏକ ବା ଦୁଇ ରତି

ଢେ଼ଉରେ ବାନ୍ଧନ୍ତି ଦୋଳି

ବର୍ଷାର ମେଘପଣତରେ ତିନ୍ତି ତିନ୍ତି

ଚପଳାକୁ କରନ୍ତି ଆଲିଙ୍ଗନ

ଘଡଘଡିକୁ କହନ୍ତି ଘଡ଼ିଏ ରହ ଖୋଜେ ନିର୍ଜନ

ଶ୍ରାବଣରେ ଶ୍ରାବଣୀ ସହ ମିଶି

ଉତ୍ପନ୍ନ କରନ୍ତି ଘନ ବନର ବିହନ

ଫୁଲ ଫଳେ ସବୁ ମୋତି ମାଣିକ ଆବେଦନ

ଅରଣ୍ୟରେ ଋତୁମାନେ ଖୋଜନ୍ତେ ସପନ

ବନାନୀର ଛାଇରେ ପ୍ରଗଳ୍ଭ ହୁଅନ୍ତା ମନ

ସମୁଦ୍ରର ସୁନାମୀ ଘୁମେଇ ମାରୁଥାନ୍ତା ଘୁଙ୍ଗୁଡ଼ି

ମାଟିରେ ମିଶିଯାନ୍ତା ଦୈବ ଦୁର୍ବିପାକ ରଡ଼ି

ଭୂତାଣୁ ଜୀବାଣୁ ଭାଇରସ ସବୁ ଯାନ୍ତେ ଗ୍ରହାନ୍ତର ଛାଡ଼ି



Rate this content
Log in

Similar oriya poem from Inspirational