Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଶରଣ୍ୟେ ତ୍ର୍ୟମ୍ବକ ଗୌରୀ

ଶରଣ୍ୟେ ତ୍ର୍ୟମ୍ବକ ଗୌରୀ

1 min
142



ଜୟ ଗିରିରାଜ ରାଜ ନନ୍ଦିନୀ

    ଜୟ ମା ଗିରିଜା ଶିବଘରଣୀ l


କାଶୀପୁରେଶ୍ୱରୀ ମା' ଅନ୍ନପୂର୍ଣ୍ଣା

   ପର୍ଣ୍ଣ ତେଜ୍ୟାକରି ନାମ ଅପର୍ଣ୍ଣା l


ଶିବ ମନୋହାରୀ ବିଶ୍ୱ ସୁନ୍ଦରୀ

   କୋଳ ମଣ୍ଡିଅଛୁ ଶ୍ରୀତ୍ରିପୁରାରୀ l


ଦଶ ମହାବିଦ୍ୟା ନାଶୁ ଅବିଦ୍ୟା

    ନବଦୁର୍ଗା ରୂପେ ପୂଜ୍ୟ ସର୍ବଦା l


ଯୋଗିନୀ,ଡାକିନୀ ତୋର କୁଟୁମ୍ବ

    ଭାଙ୍ଗି ଦେଲୁ ଶୁମ୍ଭ ନିଶୁମ୍ଭ ଦମ୍ଭ l


କେତେ ଆଶା ବାନ୍ଧିଥିଲା ମହିଷା

    ତ୍ରିଶୂଳ ଭୁଷାରେ ତୁଟିଲା ନିଶା l


ପର୍ବତ ନନ୍ଦିନୀ ମାଆ ପାର୍ବତୀ

    ମଇନା ଦେବୀଙ୍କ ଗେହ୍ଲି ଦୁହିତି l


ସ୍କନ୍ଧ ମାତା ତୁ ଗଣେଶ ଜନନୀ

    ଜଗଜ୍ଜନନୀ ମା ବିଶ୍ୱ କଲ୍ୟାଣୀ l


ଜୟନ୍ତୀ,ମଙ୍ଗଳା, ଅମ୍ବା, କାଳିକେ

   ତ୍ରିଲୋକମୋହିନୀ ମୁଣ୍ଡ ମାଳିକେ l


ଶିବାନୀ, ଭବାନୀ ମା' ନାରାୟଣୀ

    ତୋର ବିନେ ଶବ ଶିବଙ୍କୁ ଜାଣି l


ତ୍ର୍ୟମ୍ବକ ଗୋଉରୀ ଅମ୍ବିକା ଭଜେ

   ଶରଣ ମା' ତୋର ପଦ ପଙ୍କଜେ l

        

        



Rate this content
Log in

Similar oriya poem from Inspirational